ଢେଙ୍କାନାଳ,୧୯/୦୧(ଶୁଭମ ପାଣି): – ଆଜି ଢେଙ୍କାନାଳସ୍ଥିତ ମିନି ଷ୍ଟାଡିୟମ ଠାରେ ଉଦ୍ୟାନ ବିଭାଗ ପକ୍ଷରୁ ଦୁଇଦିନ ବ୍ୟାପୀ (ଜାନୁଆରୀ ୧୯ ଏବଂ ୨୦ ତାରିଖ) ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ଓ ପ୍ରତିଯୋଗୀତା-୨୦୨୪ ଆୟୋଜିତ ହୋଇଛି । ଏହି ପୁଷ୍ପ ପ୍ରଦର୍ଶନୀ ଓ ପ୍ରତିଯୋଗୀତାକୁ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର, ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ଶ୍ରୀମତୀ ଗୀତାଶ୍ରୀ ପାଢୀଙ୍କ ଉପସ୍ଥିତିରେ ଜିଲ୍ଲା ପରିଷଦ ଅଧ୍ଯକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ଶୁଭାରମ୍ଭ କରିଛନ୍ତି । ଏହି ପୁଷ୍ପ ପ୍ରଦର୍ଶନୀ ଓ ପ୍ରତିଯୋଗୀତା ଆୟୋଜନ ଦ୍ବାରା ଫୁଲ ଗଛ ପ୍ରତି ଲୋକମାନଙ୍କର ମଧ୍ୟରେ ଆଗ୍ରହ ବୃଦ୍ଧି ହେବା ସହିତ ରୋଜଗାର ବୃଦ୍ଧିରେ ମଧ୍ୟ ସହାୟକ ହୋଇପାରିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି । ଜନସାଧାରଣ ଏବଂ ନର୍ସରୀ ମାନଙ୍କ ସହଯୋଗ ପାଇଁ ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ଶ୍ରୀମତୀ ପାଢୀ ସାଧୁବାଦ ଜଣାଇଛନ୍ତି । ଏହି ପୁଷ୍ପ ପ୍ରଦର୍ଶନୀ ଓ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ଶ୍ରେଷ୍ଠତ୍ଵ ପାଇଥିବା ବ୍ୟକ୍ତିମାନଙ୍କୁ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ସନ୍ଧ୍ୟାରେ ଟାଉନ ହଲ ଠାରେ ଅନୁଷ୍ଠିତ ସାଂସ୍କୃତିକ ସମାରୋହରେ ପୁରସ୍କୃତ କରାଯିବ ।