ଦାଣ୍ଡିମାଳ ହାଇସ୍କୁଲର ୧୯୮୩ ମସିହା ବ୍ୟାଚର ବନ୍ଧୁ ମିଳନ ଉତ୍ସବ।

ଢେଙ୍କାନାଳ,୧୪/୧(ଶୁଭମ ପାଣି): ଢେଙ୍କାନାଳ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ସିମିନଇ ସ୍କୁଲ ଓ ଦାଣ୍ଡିମାଳ ହାଇସ୍କୁଲର ୧୯୮୩ ମସିହା ବ୍ୟାଚର ପ୍ରଥମ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପାଖାପାଖି ୩୦ଜଣ ପୁରୁଣା ବନ୍ଧୁଙ୍କ ମିଳନ ପୁରୁଣା ସ୍ମୁତି କୁ ମନେପକାଇ ବହୁତ ଆନନ୍ଦ ଅନୁଭବ ହୋଇଥିଲା। ସରୋଜିନୀ ନନ୍ଦଙ୍କ ଅଦ୍ୟମ ଚେଷ୍ଟା ଆଜି ପୁରୁଣା ବନ୍ଧୁଙ୍କ ମିଳନ ପାଇଁ ଯଥେଷ୍ଟ ପ୍ରେରଣା ଦାୟି ହୋଇଛି। ସମସ୍ତ ପୁରୁଣା ବନ୍ଧୁଙ୍କ ମିଳନ ପୁରୁଣା ସ୍ମୁତି କୁ ମନେପକାଇ ଆତ୍ମସନ୍ତୋଷ ଲାଭ ପାଇଥିବା ବନ୍ଧୁମାନେ କହିଛନ୍ତି। ପରିଶେଷରେ ବଳରାମ ମନ୍ଦିର ପ୍ରସାଦ ସେବନ କରିବା ସହ ଆଗାମୀ ଦିନରେ ଆହୁରି ଅଧିକ ବନ୍ଧୁ ଯୋଗଦାନ କରିବା ସହ ଶରସ ସୁନ୍ଦର ଭାବେ ବନ୍ଧୁ ମିଳନ ଉତ୍ସବ ପାଳନ କରାଯିବବୋଲି ସମସ୍ତେ ମତପ୍ରକାଶ କରିଥିଲେ। ଏହି ବନ୍ଧୁ ମିଳନ ଉତ୍ସବ ରେ ଗୋପାଳ, ଲକ୍ଷ୍ମୀଧର, ସୁଧାଂଶୁ,ସଦା, ରମେଶ, ମଥୁରା , ସ୍ବର୍ଣ୍ଣ, ମମତା ଓ ଅନ୍ୟମାନେ ଉପସ୍ଥିତ ରହି ସୁପରିଚାଳନା କରିଥିଲେ।