ପଞ୍ଚାୟତ ସମିତି ଆବର୍ଜନା , ପାନଛେପ ପରିପୂର୍ଣ୍ଣ ବ୍ଲକ ପରିସର ଓ ସ୍ଵଛତା ପାଇଁ ଆସିଥିବା ତିନି ଚକିଆ ସାଇକେଲ ଖରା ବର୍ଷା ରେ ଖତ ଖାଉଛି।

କଳାହାଣ୍ଡି,(ଅରୁଣ କୁମାର ସାହୁ):-ବ୍ଲକ ଚେୟାରମ୍ୟାନ ଓ BDOଙ୍କ ଅଫିସ ଚକା ଚକ କିନ୍ତୁ ଆବର୍ଜନା ଓ ପାନଛେପ ପରିପୂର୍ଣ୍ଣ ବ୍ଲକ ପରିସର । ଏଭଳି ସମସ୍ୟା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ପଞ୍ଚାୟତ ସମିତିରେ ।ପ୍ରକାଶ ଥାଉକି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସ୍ୱଚ୍ଛ ଭାରତ ପାଇଁ ବାହା ବାହା ମାରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପରିବେଶକୁ ସ୍ୱଚ୍ଛ ଓ ପରିମଳ ରଖିବାକୁ ଚାହୁଁଛନ୍ତି ଓ ବ୍ଲକସ୍ତରରୁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ସ୍କୁଲ, କଲେଜ,ଓ ସରକାରୀ ଅନୁଷ୍ଠାନ ମାନଙ୍କ ଦ୍ୱାରା ସ୍ଵଛ ଭାରତର ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ ଦୁର୍ଭାଗ୍ୟ ଜନକ ବ୍ଲକ ପ୍ରଶାସନ ସ୍ଵଛ ଭାରତ ପାଇଁ କଣ ପ୍ରଚାର କରିବ ସେ ନିଜ ପଞ୍ଚାୟତ ସମିତି ପରିସରକୁ ଆବର୍ଜନା ପରିପୂର୍ଣ୍ଣ କରି ରଖିବା ସହ ଅସ୍ଵଚ୍ଚତା କରି ରଖିଥିବା ଦେଖିବାକୁ ମିଳିଛି । ବ୍ଲକ ପ୍ରଶାସନ ପଞ୍ଚାୟତ ସମିତି ଭିତରେ ଆବର୍ଜନା ପାତ୍ର ରଖି ନ ଥିବାରୁ ଲୋକେ ପାନ ଗୁଟୁଖାଇ ଅଫିସ କୋଣରେ ପାନଛେପ ପକେଇବା ସହ ପେପର, ଚା ଗ୍ଲାସ ଇତ୍ୟାଦିଗୋଟିଏ କୋଣରେ ରଖୁଛନ୍ତି ଏବଂ ତତ୍ସହିତ ପଞ୍ଚାୟତ ସମିତିର ପରିସରରେ ଆବର୍ଜନା ଭରି ରହିଛି ।ଏକଥା ଆମେ କହୁନୁ, କହୁଛି କେବଳ ଏହି ଭିଜୁଆଲ ।

https://biplabnews.com/wp-content/uploads/2024/01/WhatsApp-Video-2024-01-13-at-07.28.39_6b2dadf5.mp4


ଅପର ପକ୍ଷରେ ସ୍ଵଛ ଭାରତ ପାଇଁ ଆବର୍ଜନା ଫିଙ୍ଗିବା ପାଇଁ ସରକାରଙ୍କ ତରଫରୁ ତିନି ଚକିଆ ସାଇକେଲ ପଞ୍ଚାୟତ ସମିତିରୁ ଗ୍ରାମ ପଞ୍ଚାୟତ କୁ ଯୋଗାଇ ଦେବା ପାଇଁ ଦିଆଯାଇଛି ହେଲେ ତାହା ପଞ୍ଚାୟତ ସମିତି ପରିସର ରେ ପଡ଼ି ରହି ଖରା, ବର୍ଷା ରେ ଖତ ଖାଉଛି ତାହା କାମ ରେ ବ୍ୟବହାର ହୋଇ ପାରୁନି । କିନ୍ତୁ ତିନି ଚକିଆ ସାଇକେଲ ସଂପୂର୍ଣ୍ଣ ଖରାପ ହୋଇ ଗଲେ କବାଡି ଖାନା ରେ ବିକ୍ରି କରି ଦୁଇ ପଇସା ଆଶା ରେ ରଖାଯାଇଛି ବୋଧେ ଏହାହିଁ ହୋଇପାରେ କି “ସରକାର କା ମାଲ,”ଦରୀୟା ମେ ଡାଲ” ସତ ରେ କଣ BDO ମହାଶୟ କିଛି ଜାଣି ପାରୁ ନାହାନ୍ତି। ନା ଜାଣି ଶୁଣି ଏସିବୁ ଦେଖି ଏସି ରୁମ୍ ରେ ବସି ପଡୁଛନ୍ତି। ହଁ ଏହାହିଁ ସତ ଆଜ୍ଞା ସେ ତୋ ନିଜ ଅଫିସ ର କାମ କୁ କାଗଜ କଲମ ରେ ଲେଖିବା ରେ ସମୟ ରେ ବ୍ୟସ୍ତ ସେ ଆଉ ବ୍ଲକ ପରିସର ଆଉ କେତେ ବେଳେ ଦେଖି ବୁଲିବେ। ଅନ୍ୟ ପଟେ
ପ୍ରତିକ୍ରିୟା ଅନୁସାରେ ପଞ୍ଚାୟତ ସମିତି ସ୍ତରରେ ଏହିଭଳି ଅବ୍ୟବସ୍ଥା କେବଳ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଦୁର୍ବଳ ଯୋଗୁଁ ହେବା ଜଣାପଡିଛି ।

https://biplabnews.com/wp-content/uploads/2024/01/WhatsApp-Video-2024-01-13-at-07.29.54_aa07a8aa.mp4