ରାୟଗଡା ,(ପ୍ରଫୁଲ କୁମାର ବେହେରା) :- ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ କଣ୍ଟାମାଳ ଗ୍ରାମରେ କିଛି ଦୁର୍ବୁତ୍ତ ମଙ୍ଗଳବାର ସନ୍ଧ୍ୟାରେ ଥୁଅମୁଳ ରାମପୁରଥାନା ଅନ୍ତର୍ଗତ ମେଲଘରା ଗ୍ରାମ ର କିଛି ମହିଳା ଓ ପୁରୁଷ ଙ୍କୁ ମରଣାତ୍ମକ ଆକ୍ରମଣ କରିବା ସହ ତାଙ୍କ ଠାରେ ଥିବା ମୋବାଇଲ, ସୁନା ଅଳଙ୍କାର ପୁଣି ଟଙ୍କା ଲୁଟିନେଇଥିବା ଅଭିଯୋଗ ହେଇଛି । ଘଟଣାରେ ପୀଡିତ ଙ୍କ ସୂଚନା ପ୍ରକାରେ ମେଲଘରା ଗ୍ରାମର ପ୍ରାୟ ୨୨ ଜଣ ମହିଳା ଓ ପୁରୁଷ କୌଣସି କାମ ରେ ରାୟଗଡା ଜିଲ୍ଲା ଟିକିରି ଗ୍ରାମ କୁ ଯାଇଥିଲେ । ଫେରିବା ବେଳକୁ ସନ୍ଧ୍ୟା ହେଇଯିବା ଫଳରେ ସେମାନେ ଦୁଇଟି ବୋଲେର ଗାଡି ଓ ଗୋଟିଏ ବାଇକ ଯୋଗେ ନିଜ ଗାଁ ମେଲଘରା କୁ ଫେରୁଥିଲେ । ଫେରିବା ବାଟ ର କାଶୀପୁର ଥାନା ଅନ୍ତର୍ଗତ କଣ୍ଟାମାଳ ଗ୍ରାମ ର କିଛି ଲୋକ ହଟାତ ବୋଲର ଗାଡିକୁ ପଥର ମାରି ଆକ୍ରମଣ କରିଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ବୋଲେର ଟିକୁ ଅଟକାଇ ଭଙ୍ଗାରୁଜା କରିବା ସହ ବୋଲେର ଯାତ୍ରୀ ଙ୍କୁ ମାଡ଼ ମାରି ପ୍ରାୟ ୬୦ ହଜାର ଟଙ୍କା , ମୋବାଇଲ ଓ କିଛି ମହିଳାଙ୍କ ଠାରୁ ସୁନା ମଧ୍ୟ ଲୁଟି ନେଇଥିବା ଲିଖିତ ଅଭିଯୋଗ ହେଇଛି । ଘଟଣା ଟି ରାତ୍ର ହେଇଥିବା ହେତୁ ଗ୍ରାମବାସୀ କୌଣସି ପ୍ରକାର ରେ ନିଜ ଗାଁ କୁ ଫେରିଯାଇଥିଲେ । ଘଟଣା ରେ ପିଡିତା ମହିଳା ଓ ପୁରୁଷ ଆଜି ବୁଧବାର ସକାଳେ କାଶୀପୁର ଥାନା ରେ ପହଞ୍ଚି ଘଟଣା ସମ୍ପର୍କରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ଘଟଣା ରେ କଣ୍ଟମାଲ ଗ୍ରାମ ର କିଛି ବ୍ୟକ୍ତି ସମ୍ପୃକ୍ତ ଥିବା ପ୍ରାଥମିକ ତଦନ୍ତ ରେ ସ୍ପଷ୍ଟ ହେଇଥିବା ବେଳେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାଏକ ପ୍ରକାଶ କରିଛନ୍ତି।