ମନ୍ତ୍ରୀଙ୍କ ଗାଡି ଧକାରେ ବାଳକ ଗୁରୁତର । ଘଟଣା ସ୍ଥଳରୁ ନିଜ ଗାଡ଼ିରେ ମେଡିକାଲ ପହଂଚାଇଲେ ମନ୍ତ୍ରୀ

ରାୟଗଡା(ଅମୁଲ୍ୟ ନିଶ):ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ନିଜର ସରକାରୀ କାର୍ଯ୍ୟକ୍ରମ ସମାପ୍ତ କରି ରାୟଗଡ ଜିଲ୍ଲା କଲ୍ୟାଣ ସିଙ୍ଗପୁର ରୁ ରାୟଗଡ ଫେରୁଥିବା ବେଳେ କେସିଙ୍ଗପୁର ବ୍ଲକ ବେଲକୋଣା ଠାରେ ଜଣେ 5 ଶିଶୁ କୁ ଧକ୍କା ହେବାରୁ ବାଳକ ଜଣକ ଗୁଋତ୍ତର ହୋଇଛନ୍ତି। ମନ୍ତ୍ରୀ ଘଟଣାସ୍ଥଳରୁ ଗୁରୁତ୍ତର ବାଳକକୁ ନିଜ ଗାଡ଼ିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରି ଚିକିତ୍ସା କରିଥିଲେ। ଏକ୍ସରେ ପରେ ଗୋଡ଼ ଫେକ୍ଚର ଥିବା ଜଣାପଡିଛି।ବର୍ତମାନ ଗୁରୁତ୍ତର ବାଳକଙ୍କ ଉଚ୍ଚ ଚିକିତ୍ସା ନିମନ୍ତେ ବିଶାଖାପାଟଣା ପଠାଇ ଦିଆ ଯାଇଛି। ବର୍ତମାନ ଗୁରୁତର ବାଳକଙ୍କ ଅବସ୍ଥା ସ୍ଥିର ରହିଛି ତଥାପି ସିଟି ସ୍କେନ କରିବା ପରେ ଇଣ୍ଟରନାଲ ଆଘାତ ଲାଗିଛି ନା ନାହିଁ ସ୍ପଷ୍ଟ ହେବ ବୋଲି ଚିକିତ୍ସା ଲୟ ପକ୍ଷରୁ ସୂଚନା ମିଳିଛି। ତେବେ ଗୁରୁତ୍ତର ବାଳକ ଜଣକ ନବୀନ ଗୁନା ବିଷମ କଟକ ଢେପାଗୁଡାର ସେ ତାଙ୍କ ବାପା ସୁଧୀରି ଗୁନାଙ୍କ ସହ ମାମୁ ଘରକୁ ବୁଲିବା ନିମନ୍ତେ ଆସିଥିଲେ।

https://biplabnews.com/wp-content/uploads/2024/01/0111.mp4

ଏଭଳି ଘଟଣା ପାଇଁ ମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ନିଜ ଗାଡ଼ିରେ ଆଣି ଉପସ୍ଥିତ ରହି ଚିକିତ୍ସା କରିବା ସହ ଅଧିକ ଚିକିତ୍ସା ନିମନ୍ତେ ବିଶାଖାପାଟଣା ପଠେଇଛନ୍ତି। ନିଜର ନୈତିକତା ଦେଖାଇ ମନ୍ତ୍ରୀ ନିଜେ ନିଜ ଗାଡ଼ିରେ ଦୃଘଟଣା ଗ୍ରସ୍ତ ବାଳକ ଟିକୁ ରାୟଗଡା ମୁଖ୍ୟ ଡାକ୍ତର ଖାନା କୁ ଆଣି ଚିକିତ୍ସା କରାଇଥିଲେ ଓ ପରେ ଡାକ୍ତର ଙ୍କ ପରାମର୍ଶ କ୍ରମେ ଉତ୍ତମ ଚିକିତ୍ସା ନିମନ୍ତେ ବିଶାଖପାଟଣ କୁ ପଠାଇଥିଲେ l ନିଜେ ମନ୍ତ୍ରୀ ସାରକା ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଲୟ ରେ ଉପସ୍ଥିତ ରହି କିପରି ବାଳକ ଟି ର ଚିକିତ୍ସା ର ତଦାରଖ କରିଥିଲେ l ଆହତ ବାଳକ କୁ ବିଶାଖପାଟଣ ପଠାଇଲା ପରେ ମନ୍ତ୍ରୀ ଚିକିତ୍ସାଲୟ ରୁ ବାହାରି ଆସିଥିଲେ l ମନ୍ତ୍ରୀଙ୍କ ସହିତ ରାଜ୍ୟ ବିଜୁ ୟୁବ ଜନତା ଉପସଭାପତି ଦେବାଶିଷ ଖାଡ଼ଙ୍ଗା, ଜ଼ିଲ୍ଲା ନବୀନ ଓଡିଶା ର ସଂଯୋଜକ ଗୌରୀ ବାବୁ, ଜ଼ିଲ୍ଲା ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷା ଅନୁସୟା ମାଝୀ, କୋଳନରା ବ୍ଲକ ଜ଼ିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ୱର ନାଇଡ଼ୁ, ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଲୟ ରେ ଉପସ୍ଥିତ ଥିଲେ l ଆହତ ବାଳକ କୁ ଯୋଗେଶ୍ୱର ବିଶାଖପାଟଣା ଚିକିତ୍ସା ପାଇଁ ନେଇ ଯାଇଛନ୍ତି ।