ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନଙ୍କର ଏକ ସମାବେଶ ସ୍ଥାନୀୟ ପ୍ରସିଦ୍ଧ ମାଁ ମହୁରୀ କାଳୁଆ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।

ବ୍ରହ୍ମପୁର, ୫/୧(ସୁନିଲ କୁମାର ସାହୁ) : ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନଙ୍କର ଏକ ସମାବେଶ ସ୍ଥାନୀୟ ପ୍ରସିଦ୍ଧ ମାଁ ମହୁରୀ କାଳୁଆ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ନୂତନ ବର୍ଷର ପ୍ରଥମ ସପ୍ତାହରେ ବ୍ରହ୍ମପୁର ବିଧାନସଭା ନେତା କାହ୍ନୁ ଚରଣ ପତିଙ୍କ ଦ୍ବାରା ଆୟୋଜିତ ବିଜେପିର ବନ୍ଧୁମିଳନ ପର୍ବରେ ସମସ୍ତ ମଣ୍ଡଳ ସଭାପତି, ବୁଥ କମିଟିର ସଦସ୍ୟ, ଜିଲ୍ଲା ପଦାଧିକାରୀ, ସମସ୍ତ ମୋର୍ଚ୍ଚା ସଭାପତିଙ୍କ ସହ ସାଧାରଣ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ବିଜେପି ପରିବାରର ଭାତୃଭାବର ନିବିଡ଼ତା ଦର୍ଶନ କରିଥିଲେ । ନିର୍ବାଚନ ପାଖେଇ ଆସୁଥିବା ବେଳେ କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇବାରେ ଲାଗିଛି, ବିଗତ ୨ଟି ସାଧାରଣ ନିର୍ବାଚନକୁ ଅନୁସରଣ କଲେ କ୍ରମାଗତ ଭାବରେ ବ୍ରହ୍ମପୁର ବିଧାନସଭାର ବିଜେପିର ଭୋଟ ହାର ବୃଦ୍ଧି ପାଇବାରେ ଲାଗିଛି, ଗତ ନିର୍ବାଚନରେ କାହ୍ନୁ ଚରଣ ପତିଙ୍କ ନେତୃତ୍ବରେ ଦଳ ପ୍ରତ୍ୟେକ ବୁଥରେ ନିଜର ପତିଆରା ଜାହିର କରିଥିଲା କିନ୍ତୁ ବିଗତ ମେୟର ନିର୍ବାଚନ ରଣାଙ୍ଗନରେ ନୂତନ ଚେହେରା ନିମନ୍ତେ ଦଳ ସେତେଟା ପ୍ରଭାବୀ ହୋଇପାରି ନଥିଲା, ଯାହା ଫଳରେ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୫ଟି କର୍ପୋରେଟର ଜିତିଥିଲେ ମଧ୍ୟ ୪ଟି କର୍ପୋରେଟର ୧୦୦ରୁ କମ ଭୋଟ ବ୍ୟବଧାନରେ ପରାଜୟ ବରଣ କରିଥିଲେ । କ୍ରମାଗତ ଭାବରେ ଦଳୀୟ ନେତୃତ୍ୱଙ୍କ ଆଦେଶ କ୍ରମେ ପାର୍ଟିର ମଣ୍ଡଳର କାର୍ଯ୍ୟକର୍ତ୍ତା ହେଉ କିମ୍ବା ବୁଥ୍ ସ୍ତରର କାର୍ଯ୍ୟକର୍ତ୍ତା ମାନଙ୍କ ସୁଖ ଦୁଃଖରେ ଭାଗିଦାରୀ ହେବାସହ ପାର୍ଟିର ସମସ୍ତ କର୍ଯ୍ୟକ୍ରମକୁ ତଳ ସ୍ତରକୁ ନେଇ ସାଧାରଣ ଜନତାଙ୍କ ବିରୋଧର ସ୍ବରକୁ ସରକାରଙ୍କ ପାଖରେ ପହଞ୍ଚାଇଥିବା ଶ୍ରୀ ପତି ନିଜର ନେତୃତ୍ବର ପରାକାଷ୍ଠା ବିଭିନ୍ନ ସମୟରେ ଦେଖାଇ ସାରିଛନ୍ତି । ବିଗତ ଦିନରେ ରାଜ୍ୟ ବିଜେପି ପକ୍ଷରୁ ଦିଆଯାଇଥିବା ମହାନଗର ଘେରାଉରେ ଶ୍ରୀ ପତି ନିଜର ଦବଦବା ଜାହିର କରିଥିଲେ । ପାଖାପାଖି ୫ହଜାର ଲୋକଙ୍କ ସମାବେଶରେ ସାମିଲ୍ ହୋଇଥିବା ଯୁବ, ମହିଳା, ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚାର ନେତୃତ୍ବ ଶ୍ରୀ ପତି ନେଇଥିଲେ, ଯାହା ମହାନଗର ଇତିହାସରେ ପ୍ରଥମ ଜନସମାବେଶୀ ଆନ୍ଦୋଳନ । ସମସ୍ତ ମଣ୍ଡଳ ସଭାପତିଙ୍କ ସମେତ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ନିଷ୍ପତି ନେଇଥିଲେ ଯେ ବୈଷିକ ମହାମାରୀ କରୋନାଠୁ ଆଜିଯାଏଁ ଶ୍ରୀ ପତି ବ୍ରହ୍ମପୁର ବିଧାନସଭାର ନେତୃତ୍ବ ନେଇଛନ୍ତି ।

ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ଦଳ ମତ ନିର୍ବିଶେଷରେ ଶ୍ରୀ ପତି ହିଁ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ନେତୃତ୍ବ ନେଲେ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁରରେ ବିଜୟର ସ୍ବାଦ ଚାଖିବ ବୋଲି ଉପସ୍ଥିତ ଥିବା ଦଳୀୟ କାର୍ଯ୍ୟକର୍ତ୍ତା ନିଜର ମତ ବ୍ୟକ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ମାଁ ମହୁରୀ କାଳୁଆ ଠାରେ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ଆଗାମୀ ସାଧାରଣ ନିର୍ବାଚନରେ ବ୍ରହ୍ମପୁର ବିଧାନସଭାରେ ମୋଦୀଙ୍କ ଗ୍ୟାରେଣ୍ଟିକୁ ସାଧାରଣ ଜନତାଙ୍କ ମଧ୍ୟରେ ଆସ୍ଥା ଭାଜନ କରାଇ ପ୍ରତ୍ୟେକ ବୁଥ୍‌ରେ ୫୦ ପ୍ରତିଶତ ଭୋଟ ନେବା ସହ ବ୍ରହ୍ମପୁରରେ ବିଜେପିକୁ ଶ୍ରୀ ପତିଙ୍କ ନେତୃତ୍ବରେ ୨ ନମ୍ୱରରୁ ୧ ନମ୍ୱର କରାଇବା ପାଇଁ ସଂକଳ୍ପ ନେଇଥିଲେ । ଏଥିରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର ଯୋଗ ଦେଇ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ କାର୍ଯ୍ୟକର୍ତ୍ତା‌ ମାନେ ଯୋଡ଼ି ହୋଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକାଭିମୁଖୀ ଯୋଜନାକୁ ଘରେ ଘରେ ପହଞ୍ଚାଇବାକୁ ଆହ୍ୱାନ ଦେବା ସହ ମୋଦି ଗ୍ୟାରେଣ୍ଟିକୁ ଗ୍ୟାରେଣ୍ଟି ସହ ସଫଳ ରୁପାୟନ ପାଇଁ ସଂକଳ୍ପ ନେବାକୁ ଏବଂ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠା ଦିନ ପ୍ରତ୍ୟକ ଘରେ ପାଞ୍ଚଟି ଦୀପ ଜାଳି ଦୀପାବଳି ମନାନ୍ତୁ ବୋଲି ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର କାର୍ଯ୍ୟକର୍ତ୍ତାଙ୍କୁ କହିଥିଲେ । ଆଜିର ଏହି କାର୍ଯ୍ୟକର୍ତ୍ତା ସମାବେଶରେ ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ସମେତ ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର, ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ଉପସଭାପତି କୁଞ୍ଜବିହାରୀ ପାଣିଗ୍ରାହୀ,ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ଶିଶିର ପାଢ଼ୀ,ଶଷିଭୂଷଣ ପଟ୍ଟନାୟକ,ସୁରେଶ ପାଢ଼ୀ,ଗୌରୀ ସାମନ୍ତରା,ମହନ୍ତ ଚିନ୍ମୟାନନ୍ଦ ଦାସ,ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଆସ୍କା ରୋଡ଼ ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,କମାପଲ୍ଲୀ ମଣ୍ଡଳ ସଭାପତି ଗୋପିନାଥ ପଣ୍ଡା,ସାନ ବଜାର ମଣ୍ଡଳ ସଭାପତି ସରୋଜ ପାତ୍ର,ଗାନ୍ଧୀନଗର ମଣ୍ଡଳ ସଭାପତି ପ୍ରଫୁଲ୍ଲ ପାଣିଗ୍ରାହୀ,ପୁରୁଣା ବ୍ରହ୍ମପୁର ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ର,‌ଗୋସାଇଁନୂଆଗାଁ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ,ଶିଳ୍ପାଞ୍ଚଳ ମଣ୍ଡଳ ସଭାପତି ଅଭିମନ୍ୟୁ ସାହୁ,ଗେଟ୍ ବଜାର ମଣ୍ଡଳ ସଭାପତି ଧର୍ମରାଜ ପାଣିଗ୍ରାହୀ,ଗଞ୍ଜାମ ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ରାମ କୁମାର ପାତ୍ର,ପରେଶ ଚନ୍ଦ୍ର ରଥ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦକ ତଥା କର୍ପୋରେଟର ପ୍ରଦୀପ ଶତପଥି,ବାଳକୃଷ୍ଣ ସାମନ୍ତରା,ଲକ୍ଷ୍ମୀ ନାରାୟଣ ପଣ୍ଡା,ବ୍ରହ୍ମପୁର ମହାନଗର କର୍ପୋରେଟର ଡ଼ି.କରୁଣାକର,ସବିତା ସାହୁ,ରଞ୍ଜିତା ବେହେରା,ସବିତା ନାୟକ,ଏସ୍.ରାଣୀ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସାମୁଏଲ୍ ବେହେରା,ପୂର୍ବତନ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ,ପୂର୍ବତନ ଜିଲ୍ଲା ଉପସଭାପତି ପ୍ରବୀର ପାତ୍ର,ଶୁଭେନ୍ଦୁ ପାଢ଼ୀ,ମନୋଜ ପଣ୍ଡା,ଶିବ ପାତ୍ର,ଅହିଂସା ସାହୁ,ବିଷ୍ଣୁ ସୁବୁଦ୍ଧି,ଡ଼ା.ଅମୁଲ୍ୟ ଚୌଧୁରୀ,ରବିନ୍ଦ୍ର ସାହୁ,କୁଞ୍ଜବିହାରୀ ପଣ୍ଡା,ପ୍ରଦୀପ ମିଶ୍ର,ଧନୁ ପାଣିଗ୍ରାହୀ,ଏସ୍.ଶ୍ରୀନିବାସ,ସୌମେନ୍ଦ୍ର ଦାସ,ଜି.ରାଜେନ୍ଦ୍ର ପ୍ରସାଦ ପ୍ରମୁଖଙ୍କ ସମେତ ପାଞ୍ଚଶହରୁ ଉର୍ଦ୍ଧ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।