ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ବୀରମହାରାଜପୁର -(ଶାନ୍ତନୁ କୁମାର କର୍ଣ୍ଣ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୨ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।‌ ପୂର୍ବାହ୍ନ ସମୟରେ ନିକଟସ୍ଥ ଚନ୍ଦ୍ରମଣି ମଠ ଓ ହନୁମାନ ବାଟିକାରୁ ଏକ ମଶାଲ ଶୋଭାଯାତ୍ରା ବାହାରି ଖେଳ ପଡିଆରେ ପହଞ୍ଚି ଥିଲା।‌ପରେ ଉଦଘାଟନୀ ଉତ୍ସବରେ ସ୍ଥାନୀୟ ବାଗବର ସରପଞ୍ଚ ନିରୁପମା ବଗର୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉଦଘାଟନୀ ସଭାରେ କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ଆଶୁତୋଷ ହୋତା ସଭାପତିତ୍ୱ କରିଥିବା ବେଳେ ବୀରମହାରାଜପୁର କଲେଜର ଅବସର ପ୍ରାପ୍ତ ଖେଳ ଶିକ୍ଷକ ନରେନ୍ଦ୍ର ଚାନ୍ଦ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ପରେ ଦୌଡ, ଉଚ୍ଚଡିଆଁ,ଲମ୍ବଡିଆଁ, ସଟଫୁଟ, ଡିସ୍କସ ଥ୍ରୋ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ଉଦଯାପନୀ ଉତ୍ସବରେ ଶ୍ରୀ ହୋତାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ବୀରମହାରାଜପୁର ଥାନା ଅଧିକାରୀ ରାଜେଶ୍ୱରୀ ଭୋଇ ମୁଖ୍ୟ ଅତିଥି, ପୂର୍ବତନ ଜିଲ୍ଲା ଉଚ୍ଚଶିକ୍ଷା ପରାମର୍ଶ ଦାତା ଡ଼ଃ ପ୍ରଫୁଲ୍ଲ କୁମାର ରଥ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପାଠ ପଢା ସହ କ୍ରୀଡା ର ମହତ୍ୱ ବିଷୟ ରେ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମ କୁ ଅଧ୍ୟାପିକା ସନ୍ତୋଷିନୀ ନାୟକ ସଂଯୋଜନା କରିଥିବା ବେଳେ ଶେଷ ରେ କଲେଜ ର ଖେଳ ଶିକ୍ଷୟତ୍ରୀ ସରିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ପୁରସ୍କାର ବିତରଣୀ ଉତ୍ସବରେ ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ରୀ ମାନଂକୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀ ଲିଲି ବିଶ୍ୱାଳ ୩ ଟି ଇଭେଣ୍ଟ ରେ ପ୍ରଥମ ସ୍ଥାନ ଅଧିକାର କରି ଏ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ପୁରସ୍କୃତ ହୋଇଥିଲା। ଏହି ଅବସରରେ କଲେଜ ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହିବା ସହ ସକ୍ରିୟ ଭାବେ ସହଯୋଗ କରିଥିଲେ।