ଆଦିବାସୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅଶୋକ କୁମାର ମିଶ୍ରଙ୍କ ବିୟୋଗରେ ଶୋକ ସଭା

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ କର୍ମଚାରୀ ସଂଘ ପକ୍ଷରୁ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ଙ୍କ ଅଧ୍ୟକ୍ଷତା ରେ ପ୍ରାକ୍ତନ ଅଧ୍ୟକ୍ଷ ଅଶୋକ କୁମାର ମିଶ୍ରଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏ ନେଇ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା l ସ୍ୱର୍ଗତ ମିଶ୍ରଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ସେ ଦୀର୍ଘ ଦିନ ଧରି ରହି ଆସିଥିବାରୁ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, ତଥା ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଥିଲା l ପ୍ରକାଶ ଯେ, ସ୍ବର୍ଗତ ମିଶ୍ର ଜଣେ ଧର୍ମ ପାରାୟଣ, ପରୋପକାରୀ, ମିଷ୍ଟଭାଷୀ, ସ୍ୱଷ୍ଟବାଦୀ, ଓ ପ୍ରକୃତି ପ୍ରେମୀ ତଥା ମେଳାପୀ ସ୍ୱଭାବର ବ୍ୟକ୍ତିତ୍ୱ ଥିଲେ l ଅବସର ଗ୍ରହଣ ପରେ ନିଜ ଗ୍ରାମ ନୟାଗଡରେ ରହୁଥିଲେ l ବୁଧବାର ସନ୍ଧ୍ୟାରେ ନିଜ ବାସ ଭବନ ନୟାଗଡରେ ହୃଦଘାତରେ ୬୭ ବର୍ଷ ବୟସରେ ସେ ମୃତ୍ୟୁ ବରଣ କରିଥିଲେ l ସେ ୧୯୯୧ ମସିହାରେ ଓଡ଼ଗାଁ ସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟରୁ ବଦଳି ହୋଇ ଆସି ୨୦୧୨ ମସିହା ପର୍ଯ୍ୟନ୍ତ ସେ ବାଲିଗୁଡା ମହାବିଦ୍ୟାଳୟରେ ଦର୍ଶନଶାସ୍ତ୍ର ବିଭାଗର ପ୍ରାଧ୍ୟାପକ ଓ ଶେଷରେ ଅଧ୍ୟକ୍ଷ ଭାବରେ ନିଷ୍ଠାର ସହ କାର୍ଯ୍ୟ ନିର୍ବାହ କରି ସମସ୍ତଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ l