ଢେଙ୍କାନାଳ,(ଶୁଭମ ପାଣି): ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ସଦରମହକୁମା ରେ ଗଁଦିଆ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସୁନେତ୍ର ଚକ୍ଷୁ ପରୀକ୍ଷା ଶିବିର ଗଁଦିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଡିସେମ୍ବର ମାସ ଅଠର ତାରିଖ ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଅନ୍ଧତ୍ବ ନିବାରଣ ଓ ସମଗ୍ର ଶିକ୍ଷା ଅଭିଯାନ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଚକ୍ଷୁ ପରୀକ୍ଷା ଶିବିର ରେ ପଞ୍ଚଷଠି ଜଣଙ୍କୁ ଚଷମା ପାଇଁ ଚୟନ କରାଯାଇଥିଲା ବେଳେ ତିନି ଜଣଙ୍କୁ ଉଚ୍ଚ ଚିକିତ୍ସା ପାଇଁ ମନୋନୟନ କରିଥିଲେ। କାର୍ଯ୍ୟ କ୍ରମରେ ପ୍ରବୀର ସାମଲ ଓ ଅତନୁ ନାଥ ଚକ୍ଷୁ ପରୀକ୍ଷା କରିଥିଲେ। କାର୍ଯ୍ୟ କ୍ରମକୁ ଗଁଦିଆ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମୁରଲୀଧର ସାହୁ, ବି ,ଆର୍, ଟି, ବିଜୟ କୁମାର ସ୍ବାଇଁ, ପ୍ରକାଶ ଚନ୍ଦ୍ର ରାଉତ ପରିଚାଳନା କରିଥିଲେ ଓ ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀ ଅନିତା ପୃଷ୍ଟି, ସତ୍ୟ ନାରାୟଣ ନନ୍ଦ, ସୁପ୍ରଭା ବେହେରା ପରିଚାଳନା କରିଥିଲେ। ଗଁଦିଆ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।