‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାର ବିଭିନ୍ନ ପ୍ରକଳ୍ପର ଭୂମି ପୂଜନ

ବୀରମହାରାଜପୁର -(ଶାନ୍ତନୁ କୁମାର କର୍ଣ୍ଣ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଠାରେ ରାଜ୍ୟ ସରକାରଙ୍କ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ମାଧ୍ୟମରେ ଅନୁଦାନ ରାଶି ପାଇଥିବାରୁ ଓ ସେହି କାର୍ଯ୍ୟର ଅନୁଦାନ ଫଳକ ଉନ୍ମୋଚିତ କରିବା ସହ ପ୍ରକଳ୍ପର ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜନସାଧାରଣ ମୁଖ୍ୟମନ୍ତ୍ରୀ ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଙ୍କୁ କୃତଜ୍ଞତା ଜଣାଇଛନ୍ତି। ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା, ଚମ୍ପାମାଳ ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ, ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ପ୍ରଥମେ ଅତିଥିଗଣ ଏବଂ ସ୍ଥାନୀୟ ପଦାଧିକାରୀ ମାନଙ୍କ ଉପସ୍ଥିତି ରେ ଅନୁଦାନ ଫଳକ ଗୁଡ଼ିକ ଉନ୍ମୋଚିତ କରାଯାଇଥିଲା। ଏଥିରେ ସୁବଳୟା ଶନି ମନ୍ଦିରର ଉନ୍ନତି ପାଇଁ ୩ ଲକ୍ଷ ଟଙ୍କା, ସ୍ଥାନୀୟ ଖେଳ ପଡିଆରେ ଖୋଳା ମଣ୍ଡପ ପାଇଁ ୨ଲକ୍ଷ ୫୦ ହଜାର ଟଙ୍କା, ନୂଆପଡା ଛକ ନିକଟରେ ଯାତ୍ରୀ ପ୍ରକ୍ଷାଳୟ ପାଇଁ ୫ ଲକ୍ଷ ୯୫ ହଜାର ଟଙ୍କାର ପ୍ରକଳ୍ପର ଫଳକ ଉନ୍ମୋଚିତ ହୋଇଛି । ନୁଆପଡା ଠାରେ ଯାତ୍ରୀ ପ୍ରତିକ୍ଷାଳୟ ନିର୍ମାଣ ହେଲେ ବହୁ ଜନସାଧାରଣ ଉପକୃତ ହୋଇପାରିବେ। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସ୍ୱଚ୍ଛ ଶାସନ ବିଷୟରେ ଉପାଧ୍ୟକ୍ଷ ଶ୍ରୀ ଲୁହା ସ୍ଥାନୀୟ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ମାଧ୍ୟମରେ ଗ୍ରାମରେ ଅନୁଦାନ ରାଶି ଦିଆଯାଇ ଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜଣାଇଛନ୍ତି।