ରାୟଗଡା,୧୪/୧୦(ଅମୁଲ୍ୟ ନିଶ):- ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ନୂଆ ଓ, ଯୁବ ଓଡିଶା ନବୀନ ଓଡିଶା ଅନ୍ତର୍ଗତ କ୍ରୀଡା ପ୍ରତିଯୋଗିତା ଆରମ୍ଭ 04/12/2023 ରୁ ଆରମ୍ଭ ହୋଇ, 12/12/2023 ରେ ପରିସମାପ୍ତି ହୋଇଛି।ଗତ 9 ଦିନ ଧରି ବରିଷ୍ଠ ଓ କନିଷ୍ଠ ବର୍ଗର ଉଭୟ ବାଳକ ଓ ବାଳିକା ପାଇଁ କବାଡି, ଭଲିବଲ ଏବଂ ଖୋ-ଖୋ କ୍ରୀଡାର ଆୟୋଜନ କରାଯାଇଥିଲା।ଯୁକ୍ତ ଦୁଇର ଛାତ୍ରଛାତ୍ରୀଙ୍କ ପାଇଁ ଖୋ-ଖୋ, ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଙ୍କ ପାଇଁ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏହି ପ୍ରତିଯୋଗିତା ଗୁଡିକ ସକାଳ ୯.୦୦ ଘଣ୍ଟା ରୁ ଆରମ୍ଭ ହୋଇ ଅପରାହ୍ନ ୫.୦୦ ଘଣ୍ଟା ପର୍ଯନ୍ତ ଚାଲିଥିଲା।ଏହି ପ୍ରତିଯୋଗିତା ମହାବିଦ୍ୟାଳୟର ପରିସରରେ ଅନୁଷ୍ଠିତ ହୋଇଥିଲା।ମହାବିଦ୍ୟାଳୟରର ଅଧକ୍ଷା ଡା.ବବିଲତା ସରାଫ କ୍ରୀଡା ପ୍ରତିଯୋଗିତାକୁ ତଦାରଖ କରିଥିଲେ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅନ୍ୟାନ୍ୟ ବରିଷ୍ଠ ଅଧ୍ୟାପକ ଏବଂ ଅଧ୍ୟାପିକା ଯଥା ଡା.ସରସ୍ବତୀ ରାୟ ଏ. ଶ୍ରୀନିବାସ, ୱାଇ. ଭି. ସାଇଁମାଧବ, ଅଶୋକ ସାହୁ, କେ. ଶଶି,ସୁବ୍ରତ ପ୍ରଧାନ,ଟି. ଜ୍ୟୋତି, ଟିକେଶ୍ୱର ମଝି,ଦମୟନ୍ତୀ ବIଗ ଏବଂ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ପ୍ରମୁଖ ପରିଚାଳନା କରିଥିଲେ Iଏହି ପ୍ରତିଯୋଗିତାରେ ଖେଳାଳିମାନଙ୍କୁ ଉତ୍ସାହିତ କରିବା ପାଇଁ ମହାବିଦ୍ୟାଳୟର ପରିଚାଳନା ପ୍ରବନ୍ଧନ ମଞ୍ଜୁଶ୍ରୀ ମୁଖାର୍ଜୀ ମଧ୍ୟ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଦୀର୍ଘ 9 ଦିନ ଧରି ନୁଆଁ ଓଡିଶା ୟୁବ ଓଡିଶା ନବୀନ ଓଡିଶା ମାଧ୍ୟମରେ ଅନୁଷ୍ଠିତ ଏହି ଏହି କ୍ରୀଡା ଉତ୍ସବ ରେ ମହାବିଦ୍ୟାଳୟ ର ସମସ୍ତ କର୍ମଚା ଛାତ୍ର ଛାତ୍ରୀ ବହୁତ ଖୁଶୀ ଆନନ୍ଦ ଉଲ୍ଲାସ ର ସହ ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l ପରିଶେଷରେ ବିଜେତା ଏବଂ ଉପବିଜେତା ଦଳଙ୍କୁ ସ୍ଵର୍ଣ୍ଣ ଏବଂ ରୌପ୍ୟ ପଦକରେ ସମ୍ମାନିତ କରାଯାଇଥିଲା I