ସର୍ବଭାରତୀୟ ସ୍ତର ରେ ସାମନ୍ତରାୟ ଏକାଡେମୀ ର ସଫଳତା ।

ବ୍ରହ୍ମପୁର:୧୨/୧୨( ଶ୍ରୀକାନ୍ତ କୁମାର ବେହେରା): ଏନଡିଏ,ଆର୍ମି ଇଞ୍ଜିନିୟରିଂ ଓ ଭାରତୀୟ ବାୟୁସେନା ପାଇଁ ଛାତ୍ରଛାତ୍ରୀ ମନୋନୀତ। ନିକଟରେ ପ୍ରକାଶିତ NDA, ଆର୍ମି ଇଞ୍ଜିନିୟରିଂ ଓ ଭାରତୀୟ ଵାୟୁସେନା ନିଯୁକ୍ତି ତାଲିକା ରେ ବ୍ରହ୍ମପୁର ସ୍ଥିତ ସାମନ୍ତରାୟ ଏକାଡେମୀ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ପରୀକ୍ଷାର୍ଥୀ ମାନେ ସେନା ଦ୍ଵାରା ଅନୁଷ୍ଠିତ ଲିଖିତ, ଶାରୀରିକ ଓ ମେଡିକାଲ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଛନ୍ତି।
ଏକାଡେମୀ ର ଦୁଇଜଣ ଛାତ୍ର ଆୟୁଷ କର ଓ ମିହିର ମହାପାତ୍ର ଙ୍କ ସର୍ବଭାରତୀୟ ଅଫିସର ପଦବୀ ରେ ସଫଳତା ଉଲ୍ଲେଖଯୋଗ୍ୟ। ଆୟୁଷ କର ଆର୍ମି ଇଞ୍ଜିନିୟରିଂରେ ୩୭ତମ ସ୍ଥାନ ଓ ମିହିର ମହାପାତ୍ର ଏନଡିଏ ପରୀକ୍ଷା ରେ ୪୦୬ତମ ସ୍ଥାନ ହାସଲ କରିଛନ୍ତି। ଏତତ ବ୍ୟତୀତ ଭାରତୀୟ ବାୟୁସେନା ଗୃପ X ଓ Y ପରୀକ୍ଷା ରେ ୨୨ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ରବିବାର ଏକାଡେମୀ ରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ସଭା ରେ ସଫଳ ଛାତ୍ରଛାତ୍ରୀମାନଙ୍କର ଅଭିଭାବକ ଙ୍କୁ ଅନୁଷ୍ଠାନ ତରଫରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଲଳିତ ମୋହନ ସାମନ୍ତରାୟ କୃତି ଛାତ୍ର ମାନଙ୍କୁ କର୍ତ୍ତବ୍ୟପରାୟଣତା ର ମନ୍ତ୍ର ଦେଇଥିଲେ ଓ ଛାତ୍ରଛାତ୍ରୀମାନଙ୍କ ମାନଙ୍କର ଉଜ୍ବଳ ଭଵିଷ୍ୟ କାମନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମର ସଫଳତା ର ବାର୍ତ୍ତା ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ଆଶାୟୀ ଙ୍କ ପାଇଁ ପ୍ରେରଣା ଵୋଲି କହିଥିଲେ ଏକାଡେମୀ ର ନିର୍ଦ୍ଦେଶକ ଶ୍ରୀ ଦେବେଶ କୁମାର ସାମନ୍ତରାୟ।ସଭାରେ ନିର୍ଦ୍ଦେଶକ ଙ୍କ ତତ୍ତ୍ଵାବଧାନରେ ଏକାଡେମୀ ର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଓ ଅନେକ ପୁରାତନ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।