ଘର ଭିତରେ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ଶବ ଠାବ

ରାୟଗଡା, (ପ୍ରଫୁଲ କୁମାର ବେହେରା) :- ରାୟଗଡ଼ା ସହରର କସ୍ତୁରୀ ନଗର ସ୍ଥିତ ପ୍ରଥମ ଗଳିରେ ସ୍ବାମୀ ବିବାହିତ ମହିଳାଙ୍କ ସହ ପରକୀୟା ପ୍ରୀତି ଜାଣି ସ୍ତ୍ରୀ ଫାଶୀ ଲଗାଇ ଆତ୍ମହତ୍ୟା କଲେ। ମୃତ ମହିଳା ବି ସାରଦାଙ୍କ ଭାଇ କହିବା ଅନୁସାରେ ତାଙ୍କ ଭିଣେଇ ବି ଇଶ୍ଵର ରାଓ ଦୁଇ ବର୍ଷ ହେଲା ଅନ୍ୟ ଜଣ ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବାରୁ ତାଙ୍କ ନାନୀ ଭିଣେଇ ଙ୍କ ମଧ୍ୟରେ ଓ ପରିବାରରେ ନାନା ପ୍ରକାର ଆଶାନ୍ତି ସୃଷ୍ଟି ହେଉଥିଲା। ତାଙ୍କ ଦୁଇଜଣ ସନ୍ତାନ ବିଦ୍ୟାଳୟରେ ପାଠ ପଢିବା ଗୋଟିଏ ପୁଅ ଓ ଝିଅ ଅଛି। ମୃତ ମହିଳା ବି ସାରଦା ସ୍ୱାମୀର ପର ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଦିନକୁ ଦିନ ବଢୁଥିବା ଦେଖି ସ୍ତ୍ରୀ ର ମନ୍ ଅଶାନ୍ତି ରହୁଥିଲା। ମୃତ ମହିଳା ଜଣକ ଆଜି ପିଲା ଦୁହେଁଙ୍କୁ ବିଦ୍ୟାଳୟକୁ ପଠାଇ ଭଡ଼ା ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖାଦେଇଛି। ମୃତ ମହିଳାଙ୍କ ସ୍ବାମୀ ବିଶାଖାପାଟଣା ଅଛନ୍ତି ତାଙ୍କୁ ତାଙ୍କ ସ୍ତ୍ରୀ ବି ସାରଦା ଫାଶୀ କରି ଆତ୍ମହତ୍ୟା କରିଛନ୍ତି ବୋଲି ସୂଚନା ଦିଆଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ଶବ ବ୍ୟବଚ୍ଛେଦ ନିମନ୍ତେ ଆମ୍ବୁଲାନ୍ସ ସେବା ଡକାଇ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।

https://biplabnews.com/wp-content/uploads/2023/12/WhatsApp-Video-2023-12-08-at-09.39.11_ba5d6e8d.mp4
FacebookTwitterWhatsappYoutubeTelegram