ରାୟଗଡା,(ଅମୁଲ୍ୟ ନିଶ): ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଖାଦାପୋଡ଼ା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଭାରତ ବିକଶିତ ରଥ ପହଁଚିବା ପରେ ରଥକୁ ସରପଞ୍ଚ ନରସିଂହ କୀଲାକା ବ୍ଲକ ଉପାଦକ୍ଷ ହଳଧର ହିମିରିକା ଓ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାର ପ୍ରତାପ ହିମରିକା ଙ୍କ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଥିଲା । ଖେଦାପୋଡ଼ା ଗ୍ରାମପଞ୍ଚାୟତର ସରପଞ୍ଚ ନରସିଂହ କୀଲାକା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ ହିମରିକା ପଞ୍ଚାୟତ ସମିତି ଉପାଧ୍ୟାକ୍ଷ ହଳଧର ହିମିରିକା, ଗ୍ରାମ ରୋଜଗାର ସେବକ, ଯୋଗାଣ ସହାୟକ, ଏ ବି କେ, ବ୍ୟାଙ୍କ ମିତ୍ର, ସି ଆର ପି, ପ୍ରାଣୀ ମିତ୍ର, କୃଷି ମିତ୍ର, ଗ୍ରାମପଞ୍ଚାୟତର ଅନନ୍ୟ କର୍ମକର୍ତା ଯୋଗଦେଇଥିଲେ । ସରପଞ୍ଚ ଓ ବ୍ଲକ ଉପାଦକ୍ଷ ସରକାରଙ୍କର କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡିକ ବିଷୟରେ ଅବଗତ କରାଇଥିଲେ । ଏହି ଅବସରରେ ରାଷ୍ଟ୍ରର ବିକାଶ ଓ ସଙ୍ଘତିକୁ ନେଇ ଏକ ସାମୁହିକ ଶପତ ପାଠ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯକାରୀ ହେଉଥିବା ଜନକଲ୍ୟାଣକାରୀ ଯୋଜନା ସପଳତା ଉପରେ ଚିତ୍ର ପଦର୍ଶିତ ହେଇଥିଲା । କାର୍ଯ୍ୟକ୍ରମ ଶେଷରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ ହିମରିକା ଧନ୍ୟବାଦ ଅର୍ପଣ କରିଥିଲେ । ଅନେକ ଜନସାଧାରଣ ମଧ୍ୟ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l