ଓଡିଶା OBC SC ST ଉଦ୍ୟୋଗୀ ସଂଘ ତରଫରୁ ୭୪ ତମ ସମ୍ବିଧାନ ଦିବସ ପାଳିତ।

ବ୍ରହ୍ମପୁର:୨୬/୧୧(ଶ୍ରୀକାନ୍ତ କୁମାର ବେହେରା): ବ୍ରହ୍ମପୁର ବିଜିପୁର କାଳୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଓଡିଶା OBC SC ST ଉଦ୍ୟୋଗୀ ସଂଘ ତରଫରୁ ୭୪ ତମ ସମ୍ବିଧାନ ଦିବସ ପାଳନ କରାଯାଇଛି. ଏହି ସଭାରେ OBC SC ST ଏବଂ ସଂଖ୍ଯାଲଘୁ ସମ୍ପ୍ରଦାୟ ଙ୍କ ପାଇଁ ସମ୍ବିଧାନରେ ଲିଖିତ ପ୍ରାପ୍ୟ ଅଧିକାର ଓ ସୁବିଧା ସୁଯୋଗ ଆଲୋଚନା କରାଯାଇଥିଲା. ତତ୍ ସହିତ OBC SC ST ଉଦ୍ୟୋଗୀ ସଂଘ ର ଜିଲ୍ଲା କାଯ୍ୟକାରୀ କମିଟି ର କର୍ମକର୍ତ୍ତା କରାଯାଇଥିଲା. ଏହି ଉତ୍ସବରେ OSSEF ର ରାଜ୍ୟ ଆବାହକ ଦେବେନ୍ଦ୍ର କୁମାର ପାତ୍ର ସଭାପତିତ୍ବ କରିଥିଲେ, SBI SC ST Employees Association ର ଆଂଚଳିକ ସଭାପତି ମା. ଆସନ୍ତୁଲ ସେଠି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ. Sbi sc st Employees Association ସମ୍ପାଦକ ବୃନ୍ଦାବନ ସେଠି , ଚିନ୍ତାମଣି ନାୟକ, ଅଶୋକ ନିମାଇଁ, ପ୍ରମୋଦ ସେଠି, ତ୍ରିଲୋଚନ ବେହେରା, ସୁମା ଦାସ , ଭାସ୍କର ବାଙ୍ଗାରି , ମୃତ୍ୟୁଞ୍ଜୟ ବେହେରା, ନାରାୟଣ ସେଠି, ବ୍ରଜମୋହନ ନାୟକ, ଅକ୍ଷୟ ସାହୁ, ତ୍ରିପତି ଗୌଡ, ପର୍ଶୁରାମ ମହାରଣା, k ଭାଗବାନ ଆଚାରୀ, ସରସ୍ଵତୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।