ମୁଖୀଗୁଡ଼ା,ଜୟପାଟଣା(ଅରୁଣ କୁମାର ସାହୁ):-କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୁଖିଗୁଡ଼ା ଜାଗୃତି ମଞ୍ଚ ଆନୁ କୁଲ୍ୟ ରେ ସମ୍ବିଧାନ ଦିବସ ପାଳନ କରାଯାଇଥିଲା । ଆଜି ହେଉଛି ନଭେମ୍ବର 26 ଭାରତ ପାଇଁ ଏକ ସ୍ୱତନ୍ତ୍ର ଦିନ ।1949 ରେ ସ୍ୱାଧିନ ଭାରତ ଦେଶର ସମ୍ବିଧାନ ସଭା ବର୍ତ୍ତମାନର ସମ୍ବିଧାନକୁ ବିଧିରବଦ୍ଧ ଭାବେ ଆପଣାଇ ଥିଲା । ଭାରତୀୟ ସମ୍ବିଧାନରେ ଦିଆଯାଇଥିବା ମୌଳିକ କର୍ତ୍ତବ୍ୟ ଯାହା ଆମକୁ ଆମ ଦାୟିତ୍ୱକୁ ମନେ ପକାଇଥାଏ, ସେହି ସମ୍ବିଧାନର ମୌଳିକ ଅଧିକାର ହେଉଛି ନାଗରିକ ମାନଙ୍କର ଢାଲ । ସମ୍ବିଧାନ ନାଗରିକମାନଙ୍କୁ ଦେଶର ଜଣେ ମୁକ୍ତ ନାଗରିକ ଭାବେ ଅନୁଭବ କରାଇଥାଏ ।ବାସ୍ତବରେ, ମେ 2015 ରେ, ସମ୍ବିଧାନର ପ୍ରତିଷ୍ଠାତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ 125 ତମ ଜନ୍ମ ବାର୍ଷିକୀ ଅବସରରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଏହି ଦିନକୁ 26 ନଭେମ୍ବରରେ ସମ୍ବିଧାନ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା ।
ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ଥିଲା ଦେଶର ନାଗରିକଙ୍କ ମନରେ ସାମ୍ବିଧାନିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ଏବଂ ସମ୍ମାନ ଦେବା । ଏହି ଦିବସ କୁ ସାରା ବିଶ୍ଵ ରେ ପାଳନ କରାଯାଉଥିବା ବେଳେ ଆଜି ମୁଖିଗୁଡ଼ା ଜାଗୃତି ମଞ୍ଚ ତରଫ ରୁ ମୁଖିଗୁଡ଼ା ସ୍ଥିତ ଚାରି ଛକ ନିକଟ ରେ ସ୍ଥାପନ କରାଯାଇଥିବା ବାବା ଆମ୍ବେଦକରଙ୍କ ପ୍ରତି ମୂର୍ତ୍ତୀ ଙ୍କୁ ଦୀପ ପ୍ରଜଳନ ଓ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବାବା ଆମ୍ବେଦକରଙ୍କ ବିଷୟ ରେ ମହାନ୍ ବ୍ୟକ୍ତି ଗଣ କିଛି ବକ୍ତବ୍ୟ ରଖି ଆଜିର ଏହି ଦିବସ କୁ ପାଳନ କରିଥିଲେ । ଉକ୍ତ କାର୍ଯ୍ଯ କ୍ରମ ରେ ଜାଗୃତି ମଞ୍ଚ ର ସଭା ପତି: ଶ୍ରୀ ଯୁକ୍ତ ଚତୁର ସୁନା, ସଂପାଦକ: ବିବେକାନନ୍ଦ ଚିନ୍ଦା ଜାଗୃତି ମଞ୍ଚ ର ଉପଦେଷ୍ଟା ମାନେ ଯଥା, ଅଧ୍ୟାପକ ଶ୍ରୀ ଯୁକ୍ତ ଶ୍ରବଣ କୁମାର ଗୁପ୍ତ, ବରିଷ୍ଟ ଶିକ୍ଷକ: ଶ୍ରୀ ଯୁକ୍ତ ଭୁରି ଶ୍ରବା ଜାଲ, ବରିଷ୍ଟ ଉପଦେଷ୍ଟା: ଶ୍ରୀ ଯୁକ୍ତ ପ୍ରଶାନ୍ତ କୁମାର ନାଏକ, ପୂର୍ବତନ ସମିତି ସଭ୍ୟ : ଦୁର୍ଯୋଧନ ଚିନ୍ଦା, ଶିକ୍ଷକ:- ବିରଞ୍ଚି ନାରାୟଣ ନାଏକ, ସୁଶାନ୍ତ ,ନାଏକ ପରମା ନାଏକ, କାର୍ତ୍ତିକ ପଟେଲ, ଗୋବିନ୍ଦ ପଟେଲ, ବନମାଳୀ ମାଝୀ, ରବିଦ୍ର ମଙ୍ଗରାଜ, ଶ୍ରୀଧର ହରିଜନ, ପ୍ରେମାନନ୍ଦ ମାଝୀ ,କେଶବ ନାଏକ ସମସ୍ତ କର୍ମ କର୍ତ୍ତା ଯୋଗ ଦେଇ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଛନ୍ତି।