ଢେଙ୍କାନାଳ,୨୫।୧୧(ଶୁଭମ ପାଣି): ସମାଜସେବୀ ତଥା ଆଇନ୍ଜୀବୀ ପ୍ରୀତି ରଞ୍ଜନ ମହାପାତ୍ରଙ୍କ ସହାୟତାରେ ବଣସିଂହ ଓ ରାଧାଦେଇପୁର ଗ୍ରାମପଂଚାତର ବିଧବା, ଅସହାୟ, ଗରିବ ଏବଂ ବିକଳାଙ୍ଗ ମାନଙ୍କୁ ପ୍ରାୟ ୫୦୦ ଜଣଙ୍କୁ କମ୍ବଳ ଓ ଚାଦର ବଂଟନ କରାଯାଇଛି । ବଣସିଂହ ସରପଂଚ ପ୍ରମିଳା ବେହେରା ଓ ରାଧାଦେଈପୁର ପଂଚାୟତର ସରପଂଚ ଟୁନିୱିନୀ ବାରିକ ଓ ଉପସ୍ଥିତି ଓ ଆଦର୍ଶ ୟୁଥ୍ କ୍ଲବ୍ର ସମସ୍ତ ସଭ୍ୟଙ୍କ ସାହାର୍ଯ୍ୟରେ ଶୀତବସ୍ତ୍ର ଓ ଚାଦର ସହିତ ଅନ୍ନ ପ୍ରସାଦ ବଂଟନ କରାଯାଇଥିଲା । ଏହା ଏକ ସମାଜସେବା କାର୍ଯ୍ୟକ୍ରମ, ଏହା ସମସ୍ତଙ୍କୁ ଏକ ବାର୍ତା ଯାହାକି ଗରିବ ଲୋକଙ୍କୁ ସାହାଯ୍ୟ କରିବା ସମସ୍ତଙ୍କର କର୍ତବ୍ୟ ଏବଂ ଦାୟିତ୍ବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଣସିଂହ ପଂଚାୟତର ଜଳନ୍ଧର ବେହେରା, ପ୍ରତାପ ବେହେରା ଏବଂ ଅନ୍ୟାନ୍ୟ ସମାଜସେବୀଙ୍କର ସହାୟତା ମଧ୍ୟ ରହିଥିଲା। ଅନ୍ୟମାନଙ୍କ ମଧ୍ୟରେ ରାଧାଦେଈପୁର ପଂଚାୟତର ଅଭିଷେକ୍ ବାରିକ୍, ଭବାନୀ ଶଙ୍କର ଦାସ, ସତ୍ୟ ପ୍ରକାଶ ବାରିକ, ଚିକୁ ବାରିକ୍ ଏବଂ ଅନ୍ୟାନ୍ୟ ସଦସ୍ୟଙ୍କର ସହାୟତା ରହିଥିଲା ।