ଢେଙ୍କାନାଳ,୨୧/୧୧(ଶୁଭମ ପାଣି): ଢେଙ୍କାନାଳ ସହରସ୍ଥିତ କୈବଳ ବଜାର ଅନ୍ତର୍ଗତ ଦଧୁବାମନ ମଠ ପ୍ରାଙ୍ଗଣରେ ନିଖିଳ ଓଡିଶା ଅଙ୍ଗନଓ୍ବାଡି କର୍ମୀ ସଂଘର ଜିଲ୍ଲା କମିଟି ବୈଠକ ଅନୁଷ୍ଠିତ ହୋଇଯାଉଅଛି । ଉକ୍ତ ବୈଠକରେ ମୁଖ୍ୟ ଆଲୋଚ୍ୟ ବିଷୟ ଥୁଲା ଯେ, ଆସନ୍ତା ନଭେମ୍ବର ୨୬,୨୭ ଓ ୨୮ ତାରିଖ ତିନିଦିନ ଧରି ଦେଶବ୍ୟାପୀ ପ୍ରତିବାଦ ଦିବସ ଶ୍ରମିକ ସଂଗଠନ ଓ କୃଷକମାନଙ୍କ ମିଳିତ ମଞ୍ଚ ତରଫରୁ ଆୟୋଜିତ ହେବ । ଏହାକୁ ସଫଳ କରିବା ପାଇଁ ନିଖିଳ ଓଡିଶା ଅଙ୍ଗନଓ୍ବାଡି କର୍ମୀ ସଂଘ ଜିଲ୍ଲା କମିଟି ସମର୍ଥନ ଜଣାଉଅଛି ଏବଂ ସବୁ ବ୍ଲକ୍ରୁ କିଛି କର୍ମୀ ଯୋଗଦେବା ପାଇଁ ସ୍ଥିର କରାଗଲା । ତା’ ସହିତ ଗତ ଅକ୍ଟୋବର ୩ ତାରିଖରେ ସଂଯୁକ୍ତ ମୋର୍ଚ୍ଚା ତରଫରୁ ବିଧାନସଭା ସମ୍ମୁଖରେ ହୋଇଥିବା ବିକ୍ଷୋପ ସମୟରେ ଭତାବୃଦ୍ଧି କରିବା ପାଇଁ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଯଦି ଘୋଷଣା ନକରନ୍ତି ତେବେ ଆଗାମୀ ଫେବୃଆରୀ ବଜେଟ୍ ଅଧିବେଶନ ସମୟରେ ଦିବା ରାତ୍ର ଧାରଣା ଦିଆଯିବ ବୋଲି ଏଆଇଟିୟୁସି ଜିଲ୍ଲା ସଭାପତି ରବି ରଥ, ଏଆଇଟିୟୁସି ଜିଲ୍ଲା ସଂପାଦକ ନାରାୟଣ ନାଏକ, ନିଖିଳ ଓଡିଶା ଅଙ୍ଗନଓ୍ବାଡି କର୍ମୀ ସଂଘ ଜିଲ୍ଲା ସମ୍ପାଦିକା ମଳୟ ମଞ୍ଜରୀ ଜେନା, ସଦର ବ୍ଲକ୍ ସମ୍ପାଦିକା ଭାରତ ନାଏକ ଜଣାଇଛନ୍ତି ।