ଆଠମଲ୍ଲିକ,(ବୁଲୁ ଦଳେଇ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବିଧାନ ସଭା କ୍ଷେତ୍ର କିଶୋର ନଗର ବ୍ଲକ ବ୍ଲକ ଅନ୍ତର୍ଗତ ଧଉରାପାଲି ପଞ୍ଚାୟତ ର ନୂତନ କଲ୍ୟାଣ ମଣ୍ଡପ ରେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭା ଅନୁଗୋଳ ଙ୍କ ସୌଜନ୍ୟ ରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ କଲ୍ୟାଣ ବୋର୍ଡ ତରଫରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶିବିର କୁ ଉଦ୍ଘାଟନ କରି ଥିଲେ । ଓଡ଼ିଶା ରାଜ୍ୟ ର ବିଜୁ ଜନତା ଦଳର ୨୩ ବର୍ଷ ଶାସନ କାଳରେ ପୁରପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ଜନ ସାଧାରଣ ଙ୍କ ବିକାଶ ଉପପରେ ବିଶଦ ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ । ଧଉରାପାଲି ପାଞ୍ଚୟଟ ସରପଞ୍ଚ ସଞ୍ଜୟ କୁମାର ସାହୁ, ଉଷ୍କାପାଲି, ସରପଞ୍ଚ ବିଜୟନି ସାହୁ, ଜୟରାଟ ପଞ୍ଚାୟତ ସମିତି ସଭ୍ୟ ମମତା ମେହେର, ଉସ୍କାପାଲି ପଞ୍ଚାୟତ ସମିତି ସଭ୍ୟ ସାବିତ୍ରୀ ନାୟକ, ବିଧାୟକ ଙ୍କ ବ୍ଲକ ପ୍ରତିନିଧି କାଳନ୍ଦି ଚରଣ ପ୍ରଧାନ , ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ଶିବିର ରେ ୩୬୦ ଜଣଙ୍କୁ ନୂତନ କାର୍ଡ ବଣ୍ଟନ କରାଯାଇଥିଲା ଓ ୩୦ ଜଣ ଶ୍ରମିକଙ୍କୁ ଅଣ ସଂଗଠିତ ନୂତନ କାର୍ଡ ବଣ୍ଟନ କରାଗଲା । ୨୦୪ ଜଣ ନିର୍ମାଣ ଶ୍ରମିକ ଙ୍କୁ ୧,.୧୦,୬୯,୪୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଗଲା । ଶିକ୍ଷା ସହାୟତା ୧୨ ଜଣକୁ ,୮୪.୪୦୦ ଟଙ୍କା, ବିବାହ ସହାୟତା ୧୫୯ ଜଣଙ୍କୁ ୭୮.୭୫.୦୦୦ ଟଙ୍କା, ମୃତ୍ୟୁ କାଳୀନ ସହାୟତା ୧୫ ଜଣଙ୍କୁ ୩୦ .୦୦.୦୦୦ ଟଙ୍କା ସ୍ଵାଭାବିକ ମୃତ୍ୟୁ ନିମନ୍ତେ ୧୪ ଜଣ ଙ୍କୁ ୭୦.୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା । ଜୁନିୟର ଶ୍ରମିକ ଅଧିକାରୀ ମହେଶ୍ୱର ନାୟକ, ନିର୍ମାଣ ଶ୍ରମିକଙ୍କୁ ସହାୟତା ଓ ନୂତନ ପଞ୍ଜିକରଣ ବାବଦରେ ଅବଗତ କରିଥିଲେ । ସହକାରୀ ଶ୍ରମ ଅଧିକାରୀ ଦେବ ପ୍ରସାଦ ମହାନ୍ତି ଶିବିର ପରିଚାଳନା କରିଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ ଇତିଶ୍ରୀ ଗାଗ୍ରିଆ ସମସ୍ତ୍ କାର୍ଯ୍ୟକୁ ଆୟୋଜନ ଓ ଆଭିମୁଖ୍ୟ ସମ୍ପର୍କ ରେ ସୂଚନା ଦେଇଥିଲେ । ସର୍ବ ଶେଷରେ ସହକାରୀ ଶ୍ରମ ଅଧିକାରୀ ଦେବ ପ୍ରସାଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ର ସମସ୍ତ ଷ୍ଟାପ ଉପସ୍ଥିତ ରହି ସହଯୋଗ କରିଥିଲେ ।