ଆଠମଲ୍ଲିକ,(ବୁଲୁ ଦଳେଇ) : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅଖରକଟା ଗ୍ରାମରେ ମା ଚର୍ଚ୍ଚିକା ଙ୍କ ବାର୍ଷିକ ପୂଜା ପାଳିତ ହୋଇ ଯାଇଅଛି. ଏହି ପୂଜା ତେତିଶି ବର୍ଷ ହେଲାଣି ହୋଇଆସୁଅଛି. ଏହି ପୂଜା ଟି ବହୁ ଧୁମ ଧାମ ରେ ପାଳିତ ହୋଇ ଥିଲା. ଏଠାକୁ ବିଭିନ୍ନ ଅଞ୍ଚଳ ରୁ ଭକ୍ତ ମାନେ ଆସି ମାଙ୍କୁ ଦର୍ଶନ କରି ପ୍ରଭୁ କୃପା ଲାଭ କରିଥିଲେ. ମାଙ୍କ ପ୍ରିୟ ଭୋଗ ନଡ଼ିଆ. ମା ଙ୍କୁ ଯିଏ ଯାହା ମନାସି ଥାଏ ସେ ପାଇଥାଏ.ଏହିପୂଜା ଦିନ ଗୋଟାଏ ରେ କଳସ ଯାତ୍ରା ଛେରା ପହଂଚି ପହଁରl ହୋଇ ମା ଙ୍କୁ କୋଠ ଘର ଠାରୁ ଚର୍ଚ୍ଚିକା ମନ୍ଦିରକୁ ଶୋଭା ଯାତ୍ରା ରେ ଆଣିଥିଲେ. ତିନିଟା ସୁଧା ପୂଜା ସାରିଥିଲା ଓ ପୂଜା ପରେ ଭକ୍ତ ମାନେ ପ୍ରସାଦ ସେବନ କରିଥିଲେ ଏବଂ ସନ୍ଧ୍ୟା ସାତଟା ସମୟରେ ମା ଗ୍ରାମ ପରିକ୍ରମା କରିଥିଲେ ଓ 12ଟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅପେରା ହୋଇଥିଲା ପାଖା ପାଖି ଦଶ ରୁ ପନ୍ଦର ହଜାର ଦର୍ଶକ ଜନସମାଗମ ହୋଇଥିଲେ. ଏହି ଯାତ୍ରା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାଏ, ସରପଞ୍ଚ ସସ୍ମିତା ସେଠି, ବିଜେଡି ବ୍ଲକ ସଭାପତି ବୃନ୍ଦାବନ ସାହୁ, ପୂର୍ବତନ ସରପଞ୍ଚ ମହେଶ୍ୱର ଦେହୁରୀ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ. ଏହି ଯାତ୍ରା କୁ ସହଯୋଗ କରିଥିଲେ ମା ଚର୍ଚ୍ଚିକା ୟୁଥ କ୍ଲବ, ଆଖରକଟା ଗ୍ରାମବାସୀ ଓ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ଠାକୁରଗଡ଼ ପୋଲିସ ବନ୍ଧୁମାନେ ।