ଜୟପାଟଣା,(ମଳୟ କୁମାର ସାହୁ):-କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡ଼କର୍ଲାକୋଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାବଳି ଗ୍ରାମ ର କର୍ଲାପଡ଼ା ରେ ବସବାସ କରୁଥିବା ନୀଳକଣ୍ଠ ସୁନା(୨୫) ତାଙ୍କର ପତ୍ନୀ ମାଳା ସୁନା (୨୪) ଏବଂ ତାଙ୍କର ପୁଅ ଇସ୍ମାନ ସୁନା (୨) ଦୀର୍ଘ ଦିନରୁ ସେହି ଚାଲ ଘରେ ବସବାସ କରିଆସୁଥିବା ବେଳେ ଆଜି ସକାଳ ଭୋର ୫ ଘଣ୍ଟା ସମୟରେ ତାଙ୍କର ଚାଲ ଘର ଭାଙ୍ଗି ଭୁଷୁଡି ପଡିଛି। ସକାଳ ସମୟରେ ଭାଙ୍ଗିଥିବା ବେଳେ ପରିବାର ର କୌଣସି ଲୋକଙ୍କ ଆଘାତ ହୋଇନାହିଁ। ସରପଞ୍ଚ ଓ ସମିତି ସଭ୍ୟଙ୍କ ପ୍ରତିକ୍ରିୟା ରେ ସ୍ପଷ୍ଟ ଭାବରେ କହିଛନ୍ତି ଆମ ପାଖରେ କ୍ଷମତା ନାହିଁ ସବୁ ବିଜେଡ଼ି ସରକାର ପାଖରେ କ୍ଷମତା ଅଛି ବୋଲି ପ୍ରତିକ୍ରିୟା ରେ ମତ ପ୍ରକାଶ କରିଛନ୍ତି। ଆର୍ ଆଇ ଙ୍କୁ ଫୋନ କରିବ ପରେ ଗୋଟିଏ ଦି ଦିନ ଭିତରେ ପଲିଥିନ ଯୋଗେଇ ଦେବି ବୋଲି କହିଛନ୍ତି। ଖବର ପ୍ରସାରଣ ହେବା ପରେ ସରକାର କେଉଁ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ରହିଛି।