ବ୍ରହ୍ମପୁର:(ଶ୍ରୀକାନ୍ତ କୁମାର ବେହେରା): ଟାଏକୋଣ୍ଡ ଆସୋସିଏସନ ଅଫ ବ୍ରହ୍ମପୁର ତରଫରୁ ହିଲପାଟଣାସ୍ଥିତ କାର୍ଯ୍ୟାଳୟରେ କଲର ବେଲ୍ଟ ପରୀକ୍ଷା ଏବଂ ପ୍ରମାଣପତ୍ର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ମେୟର ସଂଘମିତ୍ରା, ଡେପୁଟି ମେୟର ବିବେକ ରେଡ଼ି, ଟାଏକୋଣ୍ଡ ଏକାଡେମୀର ଗଜପତିର ସଂପାଦକ କାର୍ତ୍ତିକ ଚନ୍ଦ୍ର ମହାପାତ୍ର, ଟି.ବଳରାମଙ୍କ ସମେତ ତାଇକୋଣ୍ଡ ଏସୋସିଏସନର ସଭାପତି ଜିତେନ୍ଦ୍ର କୁମାର ମୁନୀ, ଯୁଗ୍ମ ସଂପାଦକ ଲିଙ୍କରାଜ ସାହୁ ଏବଂ ଡା. ସତ୍ୟବ୍ରତ ଦାସ ଏବଂ ବନ୍ୟପ୍ରାଣୀ ବିଶେଷଜ୍ଞ ଚନ୍ଦନ ଯାନୀଙ୍କ ସମେତ କୋଚ୍ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସଂପାଦକ ସତ୍ୟ ନାରାୟଣ ତ୍ରିପାଠୀ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ମୋଟ ୧୮୦ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ। ସେଥିରୁ ୟେଲୋ ବେଲ୍ଟରେ ୫୫ଜଣ, ଗ୍ରୀନ୍ ଷ୍ଟ୍ରିପ୍ରେ ୩୩ଜଣ, ଗ୍ରୀନ୍ରେ ୩୯ଜଣ, ବ୍ଲୁ ଷ୍ଟ୍ରିପ୍ରେ ୧୫ଜଣ, ବ୍ଲୁ ରେ ୧୫ଜଣ, ରେଡ ଷ୍ଟ୍ରିପ୍ରେ ୯ଜଣ, ବ୍ଲାକ୍ ଷ୍ଟ୍ରିପ୍ଷର ୩ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ।