ବାୟୁସେନା ସଂଘ, ଢେଙ୍କାନାଳ ଶାଖା ପକ୍ଷରୁ ୯୧ତମ ବାୟୁସେନା ଦିବସ ପାଳିତ

ଢେଙ୍କାନାଳ,୮/୧୦(ଶୁଭମ ପାଣି) : ଢେଙ୍କାନାଳ ୫୫ନଂ ଜାତୀୟ ରାଜପଥ ସିନର୍ଜୀ କଲେଜ୍ ସମ୍ମୁଖରେ ଥିବା ଉଇଙ୍ଗ୍ କମାଣ୍ଡର ବିରଜା ଶଙ୍କର ସିଂହଦେଓଙ୍କର ବାସଭବନରେ ବାୟୁସେନା ସଂଘ ଢେଙ୍କାନାଳ ଶାଖା ତରଫରୁ ୯୧ତମ ବାୟୁସେନା ଦିବସ ପାଳିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥ୍‌ ଭାବେ ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂହଦେଓ, ସମ୍ମାନିତ ଅତିଥ୍ ଭାବେ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର, କର୍ଣ୍ଣେଲ୍ ଡା. ବସନ୍ତ କୁମାର ଦାସ, ମେଡିକାଲ ଅଫିସର ଇ.ସି.ଏଚ୍.ଏସ୍., ଢେଙ୍କାନାଳ ଏବଂ ଢେଙ୍କାନାଳ ଏକ୍ସ ସର୍ଭିସ୍‌ମ୍ୟାନ ଲିଙ୍କ ସଭାପତି ସୁବେଦାର ମେଜର କୈଳାସ ଚନ୍ଦ୍ର ରାଉତ ପ୍ରମୁଖ ଯୋଗଦାନ କରିଥିଲେ। ପ୍ରଥମେ ବାୟୁସେନା ପତାକା ସମସ୍ତ ଅତିଥ୍‌ଙ୍କ ଗହଣରେ ଉତୋଳନ କରାଯାଇଥିଲା। ବାୟୁସେନା ସଂଘ ଢେଙ୍କାନାଳ ଶାଖର ସଭାପତି ତପନ କୁମାର ପାଳ ସମ୍ମାନିତ ଅତିଥୁମାନଙ୍କୁ ଫୁଲଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ଆମନ୍ତ୍ରୀତ ଅତିଥିମାନେ ବାୟୁସେନାର ଅବଦାନ ଉପରେ ଆଲୋକପାତ କରିଥିଲେ ଏବଂ ଅବସରପ୍ରାପ୍ତ ବାୟୁସେନାମାନଙ୍କର ସମାଜ ପ୍ରତି ଅବଦାନକୁ ପ୍ରଶଂସା କରିଥିଲେ । ବାୟୁସେନା ସଂଘ ସଭ୍ୟ ଶ୍ରୀନିବାସ ରାଉତ, ଅକ୍ଷୟ ଶତପଥୁ, ଅଶ୍ଳୀଳ କୁମାର ରାଉତଙ୍କ ସମେତ ଅନ୍ୟ ସଦସ୍ୟବୃନ୍ଦ ଏବଂ ସେମାନଙ୍କର ପରିବାରବର୍ଗ ଏହି ଉତ୍ସବରେ ଯୋଗଦାନ କରି ଏହାକୁ ସଫଳ କରାଇଥିଲେ । ଶାଖା ସଂପାଦକ ପ୍ରଫୁଲ୍ଲ କୁମାର ସାହୁ ସଭା ପରିଚାଳନା କରିଥିଲେ ଏବଂ ଉପଦେଷ୍ଟା ଉଇଙ୍ଗ୍ କମାଣ୍ଡର ବିରଜା ଶଙ୍କର ସିଂହଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।