ବ୍ରହ୍ମପୁର:୮/୧୦(ଶ୍ରୀକାନ୍ତ କୁମାର ବେହେରା): ନିକଟରେ ପ୍ରକାଶିତ ଅଗ୍ନିଵୀର ଅଗ୍ନିଵୀର (ସ୍ଥଳସେନା) ନିଯୁକ୍ତି ତାଲିକା ରେ ବ୍ରହ୍ମପୁର ସ୍ଥିତ ସାମନ୍ତରାୟ ଏକାଡେମୀ ର ୬୬ ଜଣ ଛାତ୍ର ମନୋନୀତ ହୋଇଛନ୍ତି। ପରୀକ୍ଷାର୍ଥୀ ମାନେ ଉଭୟ ଲିଖିତ, ଶାରୀରିକ ଓ ମେଡିକାଲ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଛନ୍ତି।ଏହି ପରିପ୍ରେକ୍ଷୀରେ ରବିବାର ଏକାଡେମୀ ରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ସଭା ରେ ସଫଳ ଛାତ୍ର ମାନଙ୍କର ଅଭିଭାବକ ଙ୍କୁ ଅନୁଷ୍ଠାନ ତରଫରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ସଭାରେ ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଲଳିତ ମୋହନ ସାମନ୍ତରାୟ କୃତି ଛାତ୍ର ମାନଙ୍କୁ କର୍ତ୍ତବ୍ୟପରାୟଣତା ର ମନ୍ତ୍ର ଦେଇଥିଲେ ଓ ଉପଦେଷ୍ଟା ଶ୍ରୀଯୁକ୍ତ ଗୋକୁଳାନନ୍ଦ ତ୍ରିପାଠୀ ଛାତ୍ର ମାନଙ୍କର ଉଜ୍ବଳ ଭଵିଷ୍ୟ କାମନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମର ସଫଳତା ର ବାର୍ତ୍ତା ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ଆଶାୟୀ ଙ୍କ ପାଇଁ ପ୍ରେରଣା ଵୋଲି କହିଥିଲେ ଏକାଡେମୀ ର ନିର୍ଦ୍ଦେଶକ ଶ୍ରୀ ଦେବେଶ କୁମାର ସାମନ୍ତରାୟ।ସଭାରେ ନିର୍ଦ୍ଦେଶକ ଙ୍କ ତତ୍ତ୍ଵାବଧାନରେ ଏକାଡେମୀ ର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଓ ଅନେକ ପୁରାତନ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।