ଜୟପାଟଣା,(ମଳୟ କୁମାର ସାହୁ):-କଳାହାଣ୍ଡି ଜିଲ୍ଲା ଜୟପାଟଣା ଗାନ୍ଧୀଗ୍ରାମ ପଡା ଗୋବିନ୍ଦବଲ୍ଳଭ ନାଏକ(୨୮) ଙ୍କ ମୃତ୍ୟୁ କୁ ନେଇ ଗୋବିନ୍ଦ ଙ୍କ ପରିବାର ଓ ଗ୍ରାମବାସୀ ଜୟପାଟଣା ମୋଟର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି।ଯାତାୟାତ ଠପ ରହିଛି।ସୂଚନା ଅନୁଯାୟୀ ଗତକାଲି ୧୦ ଟା ସମୟରେ ଗୋବିନ୍ଦବଲ୍ଲଭ ଜୟପାଟଣା ଗ୍ରାମର ଶୁଭମ ଅଗ୍ରୱାଲ ସାଙ୍ଗରେ ସପିଂ କରିବା ପାଇଁ ଭବାନୀପାଟଣା ଯାଇଥିଲେ।କିନ୍ତୁ ରାତି ମହିଚଲା ରେ ଦୁର୍ଘଟଣା ହୋଇ ଭବାନୀପାଟଣା ହସ୍ପିଟାଲରେ ଗୋବିନ୍ଦବଲ୍ଲଭ ଭର୍ତ୍ତି କରାଯାଇଛି ଓ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି ବୋଲି ଶୁଭମ ଗୋବିନ୍ଦବଲ୍ଲଭ ଙ୍କ ମାଙ୍କୁ କହିଥିଲେ।କିନ୍ତୁ ସକାକେ ଗୋବିନ୍ଦବଲ୍ଲଭ ଙ୍କ ଭବାନୀପାଟଣା ହସ୍ପିଟାଲରେ ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଶୁଣିବାକୁ ପାଇଥିଲେ।
ତେବେ ବର୍ତ୍ତମାନ ପରିବାର ଲୋକେ ଗୋବିନ୍ଦବଲ୍ଲଭ ଙ୍କୁ ଡାକି ନେଇ ଶୁଭମ ଅଗ୍ରୱାଲ ମାରିଦେଇଥିବା ଅଭିଯୋଗ କରିଛନ୍ତି।ଅନ୍ୟପକ୍ଷରେ ମହିଚଲା ନିକଟରେ ଦୁର୍ଘଟଣା ଘଟିଥିବା ବେଳେ ସ୍ଥାନୀୟ ସରପଞ୍ଚ ଓ କିଛି ଲୋକେ ଗୋବିନ୍ଦବଲ୍ଲଭ ଙ୍କୁ ନିସ୍ତୁକ ମାଡ଼ ମାରିଥିବା ବେଳେ ସେ ଅଚେତ ହେବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଜୁନାଗଡ଼ ଓ ତା ପରେ ଭବାନୀପାଟଣା ହସ୍ପିଟାଲ କୁ ନେଇଥିବା ଶୁଣିବାକୁ ମିଳିଛି।ବର୍ତ୍ତମାନ ଭବାନୀପାଟଣା ରେ ଶବ ବ୍ୟବଚ୍ଛେଦ ହୋଇ ମୃତ ଦେହ ଘରକୁ ଫେରୁଥିବା ବେଳେ ଅପରାଧୀ ଙ୍କୁ ତୁରନ୍ତ ଗିରଫ ସହ କ୍ଷତିପୂରଣ ଦାବି ନେଇ ଜୟପାଟଣା ଓ ମୋଟରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ ଓ ପରିବାର ଲୋକେ।ଯାତାୟାତ ବନ୍ଦ ରହିଛି।