କାଶତଣ୍ଡୀ ଆଣେ ମା ଦୁର୍ଗା ଙ୍କ ଆଗମନ ର ବାର୍ତ୍ତା

ମୁଖୀଗୁଡ଼ା, ଜୟପାଟଣା:-( ଅରୁଣ କୁମାର ସାହୁ)-ଧରାବତରଣ କରିବେ ଜଗତ ଜନନୀ ସଜେଇ ହେଲାଣି ପ୍ରକୃତି ରାଣୀ କାଶ ତଣ୍ଡୀ। ଶରତ ଋତୁ ର ଆଗମନ ରେ ପାର୍ବଣ ର ପୂର୍ବ ଭାସ ହୋଇଛି କାଶ ତଣ୍ଡୀ ଫୁଲ। ସୁନେଲି ପୋଷାକ ର ସକାଳ ସୂର୍ଯ୍ୟ କିରଣ ସହ ପବନ ର ହାଲୁକା ହାଲୁକା ଛୁଆଁ ରେ ହସୁଛି କାଶ ତଣ୍ଡି। ଖିଲି ଖିଲି ଧବଳ ପକ୍ଷେ ହସ ରେ ପାର୍ବଣ ର ଆଗମନ ଓ ମା ଦୁର୍ଗା ଙ୍କ ଧାରା ବତରଣ ବାର୍ତ୍ତା ଦେଇଛି କାଶ ତଣ୍ଡି। ତାର ମହକ ସିନା ନାହିଁ । କିନ୍ତୁ ରୂପ ତାର ଭାରି ମନ ଲୋଭା ମା ଦୁର୍ଗା କୁ ସ୍ଵାଗତ କରିବା ପାଇଁ ପ୍ରକୃତି ରାଣୀ ଅବତରଣ କରିଛି ଧରା ପୃଷ୍ଠରେ କାଶ ତଣ୍ଡୀ ସତେ ଯେପରି କହୁଛି ମା ଜଗତ ଜନନୀ ମୁଁ ତୁମ କୁ ସ୍ଵାଗତ କରିବା ପାଇଁ ଧରା ପୃଷ୍ଠ କୁ ଆସିଛି ।ମୋର ଧୋବ ଫର ଫର କାଳିଚା ବିଛାଇ ଚାହିଁ ରହିଛି । ଆପଣଙ୍କ ଆସିବା ବାଟ କୁ ଏବେ ଆପଣ ଆସନ୍ତୁ। ମା ଦୁର୍ଗା ଙ୍କ ଆଗମନ ରେ ତାର ହସ ରେ ମା କୁ ଡାକୁଛି କାଶ ତଣ୍ଡି। ଶରତ ଋତୁ ର ଆଗମନରେ ଏହି ଫୁଲ ପ୍ରଚୁର ପରିମାଣ ରେ ଫୁଟିଥାଏ। ନଦୀ କୂଳରେ କାଶ ତଣ୍ଡି ପବନ ରେ ଦୋଳି ଖେଳି ରାସ୍ତା ରେ ଯାଉଥିବା ପଥିକ ମାନଙ୍କୁ ସ୍ଵାଗତ କରୁଥାଏ। ଯେ ପରି ହସି ହସି ନଦୀ କୂଳ, ବିଲ ହୁଡା, ରାସ୍ତା ରେ ଏହି ଫୁଲ ଫୁଟି ଥାଏ। ଯେ ପରି ମନେ ହୁଏ ପ୍ରକୃତି ରାଣୀ କାଶ ତଣ୍ଡୀ ଫୁଲ କାଲିଚା ବିଛାଇ ଅନେଇ ରହିଛି ଦେବା ଦେବୀ ଙ୍କୁ। କଥାରେ ଅଛି ସୁନ୍ଦର ତୃପ୍ତି ର ବାଦନ ହେଁ ଯେତେ ଦେଖୁଥିଲେ ନୂଆଁ ଦିଶୁଥାଇ। ସେହି ଭଳି କାଶ ତଣ୍ଡି ଫୁଲ ଆବାଲ ବୃଦ୍ଧା,ବନିତା ଠାରୁ କବିଙ୍କ ପର୍ଯ୍ୟନ୍ତ କରିଥାଏ ବିଭୋର। ବର୍ଷ କୁ ଥରେ ଫୁଟୁ ଥିବା ଏହି ଫୁଲ ନଜର ପଡ଼ିଲେ ସତେ ଯେମିତି ମନ ଭିତରୁ ବାହାରି ଆସେ ଆ କି ସୁନ୍ଦର ଯୁବପିଢି ଙ୍କୁ ମଧ୍ୟ ପ୍ରଥମ ପସନ୍ଦ ହୋଇଥାଏ ଏହି କାଶ ତଣ୍ଡୀ ଫୁଲ। ବିଶେଷ କରି ଏହି ଫୁଲ ଗାଁ ର ସୌଦର୍ଯ୍ୟ ବଡ଼ାଇ ଥାଏ। ଏହି ଫୁଲ ଫୁଟିବ ଧରିତ୍ରୀ ମା ଙ୍କୁ ଧବଳ ମୂଖୀ କରିଥାଏ। ଏହା ମଧ୍ୟ ଭଗବାନ ଙ୍କ ନିଆର ସୃଷ୍ଟି ବୋଲି କୁହାଯାଏ। ଜଗତ ଜନନୀ ମା ଦୁର୍ଗା ଙ୍କ ଆଗମନ କୁ ଅପେକ୍ଷା କରି ରହିଛି କାଶ ତଣ୍ଡୀ ଫୁଲ।