ଗୁଣୁପୁର : ଆଜି ସ୍ଥାନୀୟ ନୂତନ ବସ୍ ଷ୍ଟାଣ୍ଡ ଠାରୁ ଟାଉନ୍ ହଲ୍ ପର୍ଯ୍ୟନ୍ତ ବିଜୁ ଜନତା ଦଳ ର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ସୁଧୀର କୁମାର ଦାଶଙ୍କ ନେତୃତ୍ୱରେ ଜନ ସେବା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ଦଳୀୟ ସଂଗଠନକୁ ଆହୁରି ମଜଭୁତ କରିବା ଲକ୍ଷ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆୟୋଜନ କରାଯାଇଛି। ଗୁଣପୁର ର୍ନିବାଚନ ମଣ୍ଡଳୀ ସ୍ତରୀୟ ପଦଯାତ୍ରା ୭ ଅକ୍ଟୋବର ତଥା ଆଜି ସକାଳ 11:00 ଘଣ୍ଟିକା ସମୟରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ଶାରକା , ଅନ୍ୟତମ ମୁଖ୍ୟ ଅତିଥି ଭାବେ ରାଜ୍ୟ ଅନ୍ୱେସା ର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳ ର ମହା ସଚିବ ଏଲିନା ଦାଶ, ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଧୀର ଦାଶ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ୍ୟା ଶ୍ରୀମତୀ ଅନୂସୟା ମାଝୀ, ରାଜ୍ୟ ଛାତ୍ର ଜନତା ଦଳ ଉପ ସଭାପତି ବିଷ୍ନୁ ପ୍ରସାଦ ପଣ୍ଡା , ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁଶ୍ରୀ ସରସ୍ୱତୀ ମାଝୀ, ମାନ୍ୟବର ବିଧାୟକ ଗୁଣୁପୁର ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ , ଗୁଣପୁର ଟାଉନ୍ ସଭାପତି ରାମ୍ ପଣ୍ଡା, ଗୁଣପୁର ବ୍ଲକ୍ ସଭାପତି ଶ୍ରୀନିବାସ ଶତପଥୀ ପ୍ରମୁଖ ଯୋଗଦେଇଥିଲେ । ଗୁଣପୁର ନିର୍ବାଚନ ମଣ୍ଡଳୀ ରେ ସରକାର ଙ୍କ ଲୋକାଭିମୁଖି ଯୋଜନା ଗୁଡିକ କିଭଳି ପହଞ୍ଚୁଛି ସେ ନେଇ ଜନ ସମ୍ପର୍କ ପଦଯାତ୍ରା ରେ ଜନ ସାଧାରଣ ଙ୍କ ଠାରୁ ପଚାରି ବୁଝିବା ସହ ଆଗାମୀ ନିର୍ବାଚନ ପାଇଁ ଦଳ କୁ କିଭଳି ଆହୁରି ସୁଦୃଢ କରିହେବ ତାହା ପରଖି ଥିଲେ. କାର୍ଯ୍ୟକ୍ରମ ରେ ଗୁଣପୁର ଏବଂ ଏହାର ଆଖପାଖ ଅଞ୍ଚଳରୁ ବହୁ ଜନ ସାଧାରଣ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ .