ବ୍ରହ୍ମପୁର:୨୬/୯(ଶ୍ରୀକାନ୍ତ କୁମାର ବେହେରା) : ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ ଏବଂ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ ତତ୍ୱାବଧାନ ରେ SEBC ଏବଂ OBC ବିଭାଗର ଉପଦେଷ୍ଟା,ଓଡିଶା ସରକାର ଶ୍ରୀ ପୃଥିବିରାଜ ସାହୁ ବ୍ରହ୍ମପୁର ମହାନଗର ର ବିଭିନ୍ନ ମହାବିଦ୍ୟାଳୟ, ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ବୁଲି ସେଠାକାର କୁଳପତି ,ଅଧକ୍ଷ ,ପ୍ରଧାନଶିକ୍ଷକ, DEO,ଗଞ୍ଜାମ ଏବଂ ପିଲାମାନଙ୍କ ସହ ସାକ୍ଷାତ କରି ଓଡିଶା ସରକାରଙ୍କ ଦ୍ୱାରା ପଛୁଆବର୍ଗ ପିଲାମାନଙ୍କ ପାଇଁ ପ୍ରଚଳିତ ବିଭିନ୍ନ ବୃତ୍ତି ଯୋଜନା ମାନ ବିଷୟରେ ଅବଗତ କରାଇ ସେହି ଯୋଜନା ମାନ କିପରି ସହଜ ରେ ଉପଲବ୍ଧି କରିହେବ ସେ ବିଷୟରେ ବୁଝାଇଥିଲେ. ଏଥିରେ ବିଜୁ ଛାତ୍ର ଜନତା ଦଳ ଜୋନ ସଭାପତି ଶ୍ରୀ ଜ୍ୟୋତି ରଞ୍ଜନ ସାହୁ, ବିଜୁଛାତ୍ର ଜନତା ଦଳ ବ୍ରହ୍ମପୁର ମହାନଗର ସଭାପତି ଶ୍ରୀ ଶୋଭନ କୁମାର ନାୟକ ସହଯୋଗ କରିଥିଲେ.