ବ୍ରହ୍ମପୁର:୨୫/୯(ଶ୍ରୀକାନ୍ତ କୁମାର ବେହେରା) : ଲିପିକା ଓ କାର୍ଡ ଅନୁଷ୍ଠାନ ଏବଂ DCW ସହାୟତାରେ ବୌକୁଣ୍ଠ ନଗର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଆନ୍ତର୍ଜାତୀୟ ବଧିର ସପ୍ତାହ ପାଳିତ ହୋଇଛି l ଅନୁଷ୍ଟିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି, କୁକୁଡ଼ା ଖଣ୍ଡି, ରଙ୍ଗେଇଲୁଣ୍ଡା ଓ ପାତ୍ରପୁର ବ୍ଲକ ରୁ ବଧିର ଯୁକ୍ତ ପିଲା ସହ ତାଙ୍କ ଅଭିଭାବକ ୮୦ ଜଣ ଅଂଶ ଗ୍ରହଣ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୁପେ ଗଞ୍ଜାମ ADEO ଅପୂର୍ବ ସାହୁ ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାସ, ଅତରିକ୍ତ ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପି କେ ମହାରଣା, ଆର ବି ଏକ୍ସ ମେନେଜର ଲୋପାମୁଦ୍ରା ମିଶ୍ର, କାର୍ଡ NGO ର ସଭାପତି ସୁରେଶ ଚନ୍ଦ୍ର ସାହୁ ପରିଚlଳନା କରିଥିଲେ, ଲିପିକା NGO ର ନିର୍ଦେଶିକା ରଞ୍ଜିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ l ସିକ୍ଷାର ବିକାଶ ପାଇଁ ଶିକ୍ଷକ ମାନଙ୍କୁ ତାଲିମ ଦେବା, ବଧିର ଉପଯୋଗି ଶିକ୍ଷା ଉପକରଣର ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଆସିଥିବା ଅତିଥି ମାନେ ମତ ପୋଷଣ କରିଥିଲେ l ଭବିଷ୍ୟତରେ ବଧିର ପିଲାମାନଙ୍କର ଶିକ୍ଷାର ବିକାଶ ପାଇଁ ଉଭୟ ସଂସ୍ଥାକୁ ସାହୋଜୋଗ କରାଯିବ ବୋଲି କୁହାଯାଇଛି l ପରି ଶେଷରେ ଲିପିକା ସଂଯୋଜକ ବିଜୟ କୁମାର ରଣା ଓ ମମତା କୁମାରୀ ଶତପଥୀ ବଧିର ପିଲାଙ୍କ କାର୍ଯ୍ୟକ୍ରମ ଉପରେ କହିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ ।