ପରିସ୍ରା କରିବାରୁ ପୋଲିସ ର ଯୁବକ କୁ ମାଡ଼, ଜାତିଆଣ ଆକ୍ଷେପ କରିବା ସହ ମିଥ୍ୟା କେଶ୍ ରେ ଫସାଇ ଦେବାକୁ ପୋଲିସ ବାବୁଙ୍କ ଧମକ।

ଅନୁଗୋଳ,(ବୁଲୁ ଦଳେଇ): ଥାନା ର ବାଉଣ୍ଡ୍ରି ପାଖ ରେ ପରିସ୍ରା କରିବାରୁ ଅନ୍ୟ ଏକ ଫାଣ୍ଡି ର ଅଧିକାରୀ ସାଧାରଣ ଯୁବକ କୁ ଜାତିଗତ ଆକ୍ଷେପ କରିବା ସହ ଯୁବକ କୁ ମାଡ଼ ମାରିଛନ୍ତି ଏ ପରିକି ଅସଭ୍ୟ ଭାଷା ରେ ଗାଳି ଗୁଲଜ କରିବା କୁ ମଧ୍ୟ ପଛାଇ ନାହାନ୍ତି ଫାଣ୍ଡି ଅଧିକାରୀ । ଏପରି ଏକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର କିଶୋର ନଗର ବ୍ଲକ ହଣ୍ଡପା ଥାନା ଅଞ୍ଚଳ ରେ। ଅଭିଯୋଗ ଅନଯାୟୀ ହଣ୍ଡପା ଅଞ୍ଚଳ ର ଗୁଣ୍ଡୁରି ମୁଣ୍ଡା ଗାଁ ର ଅଧିଷ୍ଠାତ୍ରୀ ଦେବି ମାହେଶ୍ୱରୀ ଙ୍କ ର ବାର୍ଷିୋତ୍ସବ ନିମନ୍ତେ ପୂଜା ସାମଗ୍ରୀ କିଣିବା ପାଇଁ ଗୁଣ୍ଡୁରୀ ମୁଣ୍ଡା ଗାଁ ର ପଦ ବେହେରା ଙ୍କ ପୁଅ ବେଲାରସେନ ବେହେରା ହଣ୍ଡପା ଛକ କୁ ଆସିଥିଲେ । ଜୋର୍ ରେ ପରିଶ୍ରା ଲାଗିବାରୁ ଶୌଚାଳୟ ବ୍ୟବସ୍ଥା ନଥିବାରୁ ହଣ୍ଡପା ଥାନା ବାଉଣ୍ଡରି କାନ୍ଥ ପାଖରେ ପରିସ୍ରା କରିଥିଲେ । ଏହା ଦେଖି ବଇଣ୍ଡା ଫାଣ୍ଡି ଅଧିକାରୀ ସ୍ମୃତି ରଞ୍ଜନ ନାୟକ ବେଲାରସେନ ବେହେରା ଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଅସଭ୍ୟ ଭାଷା ରେ ଗାଳି ଗୁଲଜ କରି ମାଡ଼ ମାରିଥିଲେ । ଏନେଇ ଆଜି ବେଲରସେନ ବେହେରା ଏବଂ ଗୁଣ୍ଡୁରୀମୁଣ୍ଡା ଗ୍ରାମବାସୀ ହଣ୍ଡପା ଥାନା ରେ ଏତଲା ଦେଇଛନ୍ତି । ତେବେ ଏଠି ପ୍ରଶ୍ନ ଉଠିଛି କାହିଁକି ଫାଣ୍ଡି ଅଧିକାରୀ ନିଜ ଫାଣ୍ଡି କୁ ଛାଡ଼ି ହଣ୍ଡପା ଥାନାକୁ ଆସି ଥିଲେ । ପୁଣି ଅନ୍ୟ ଥାନା କୁ ଆସି ସାଧାରଣ ଯୁବକ କୁ ମାଡ଼ ମାରିବା କେତେ ଦୂର ଠିକ୍? ଏହା କଣ ମୁଖ୍ୟ ମନ୍ତ୍ରୀ ଙ୍କ ସ୍ୱଚ୍ଛ ଶାସନ? ନା ୟେ ମୋ ସରକାର? ୟେ କଣ 5T ଅଧୀନ ବାହାରେ କି ସେହି ପୋଲିସ ଅଧିକାରୀ ସ୍ମୃତି ରଞ୍ଜନ ନାୟକ? ତେବେ ଅନଗୁଳ ଏସ୍. ପି ଏହି ପୋଲିସ ବାବୁ ଙ୍କ ଉପରେ କଣ ନେଉଛନ୍ତି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ବାକି ରହିଲା ।

https://biplabnews.com/wp-content/uploads/2023/09/video.mp4