ଠାକୁରଗଡ଼ ରେ ଅଗ୍ର ପୂଜ୍ୟ ଗଣେଶ ଙ୍କ ପୁଜା ଓ ଆଜ୍ଞା ଲଡୁ ନିଲାମ୍ ଏବଂ ମୂର୍ତ୍ତି ବିସର୍ଜନ ।

ଠାକୁରଗଡ଼,୨୨/୦୯(ବୁଲୁ ଦଳେଇ) : – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ଼ ଗଣେଶ ବଜାର ବଣିକ ସଂଘ ପକ୍ଷରୁ ବିଗତ ୪ଦିନ ଧରି ମହା ଆଡ଼ମ୍ବରରେ ରେ ପ୍ରଭୁ ଗଜାନନ ଙ୍କ ପୁଜା ପାଳିତ ହୋଇ ଆସିଛି । ଚତୁର୍ଦ୍ଦଶୀ ତିଥି ଦିନ ଏକ ବିଶାଳ କଳସ ଯାତ୍ରା ସହିତ ନାମ ସଙ୍କୀର୍ତ୍ତନ, ହରିବୋଲ ହୁଳହୁଳି ଦେଇ ପ୍ରଭୁ ଗଜାନନ ଙ୍କୁ ଆବାହନ କରାଯାଇଥିଲା। ଏଥି ସହ ଅତି ସୁନ୍ଦର୍ ସାଜ ସଜା ସହ ଉଚ୍ଚ କୋଟି ର ତୋରଣ ସାଂଗକୁ ରଙ୍ଗ ବେରଙ୍ଗର ରଙ୍ଗୀନ ଆଲୋକ ମାଳା ଦର୍ଶକ ଦର୍ଶିକା ମାନଙ୍କୁ ବେଶ୍ ଆକର୍ଷଣ କରିଥିଲା । ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ନାମ ସଙ୍କୀର୍ତ୍ତନ ସହ ଭଜନ ସନ୍ଧ୍ୟା ଭଳି ସାଂସ୍କୃତିକ କାର୍ଯ୍ୟ କ୍ରମ ବେଶ୍ ଉପଭୋଗ କରିଥିଲେ ସ୍ଥାନୀୟ ଅଞ୍ଚଳ ର ଲୋକେ । ପ୍ରସାଦ ସେବନ ନିମନ୍ତେ ହରିହାଟ ବା ଆନନ୍ଦ ବଜାର ବଣିକ ସଂଘ ପକ୍ଷରୁ ଆୟୋଜନ ମଧ୍ୟ କରାଯାଇଥିଲା । ଶେଷ ଦିନ ରେ ଗଣେଶ ମହା ପ୍ରଭୁ ଙ୍କ ଆଜ୍ଞା ଲଡୁ ଏବଂ ଆଜ୍ଞା ମାଳ ପାଇଁ ନିଲାମ କରା ଯାଇଥିଲା । ଉକ୍ତ ନିଲାମ ପ୍ରକ୍ରିୟା ରେ ସ୍ଥାନୀୟ ଅଞ୍ଚଳ ଜନ ସାଧାରଣ ଭାଗ ନେଇ ଥିଲେ । ୬୦୦୦ଟଙ୍କା ରୁ ୯୦୦୦ଟଙ୍କା ପର୍ଯ୍ୟନ୍ତ ନିଲାମ ଡକା ଯାଇଥିଲା ଏବଂ ସର୍ବ ଶେଷ ରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଅକ୍ଷୟ କୁମାର ସାହୁ ସଫଳ ହେବା ସହ ମୁଖ୍ୟ ଅତିଥି ଠାକୁରଗଡ଼ ଥାନା ଅଧିକାରୀ ପ୍ରିୟବ୍ରତ ଦାସ ଙ୍କ ନିକଟରୁ ଆଜ୍ଞା ଲଡୁ ଏବଂ ଆଜ୍ଞା ମାଳ ଗ୍ରହଣ କରିଥିଲେ । ସର୍ବ ଶେଷ ରେ ଏକ ବିଶାଳ ଶୋଭଯାତ୍ରାରେ ଗଣେଶ ମହା ପ୍ରଭୁ ଙ୍କୁ ନେଇ ମୂର୍ତ୍ତି ବିସର୍ଜନ କରା ଯାଇଥିଲା । ଯୁବ ସମାଜ ସେବୀ ଅର୍ଜ୍ଜୁନ ସାହୁ ଏବଂ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ପୁଜା ମଣ୍ଡପ ରେ ପହଞ୍ଚି ଦର୍ଶନ କରିବା ସହ ଆଶିର୍ବାଦ ଭିକ୍ଷା କରିଥିଲେ ।ଏଥିରେ ଗଣେଶ ବଜାର ବଣିକ ସଂଘ ର ସଭାପତି ମନ ମୋହନ ରଣା ସମ୍ପାଦକ ସୁଶାନ୍ତ ମହାପାତ୍ର ମୁଖ୍ୟ ଦାୟିତ୍ଵ ନିର୍ବାହ କରିଥିବା ବେଳେ ଶୁଭକାନ୍ତ ପ୍ରଧାନ , ବିଜୟ କୁମାର ସାହୁ, ମାନସ ସାହୁ ନବ କିଶୋର ବେହେରା ,ଅନାଦି ବାଘ, ବୃନ୍ଦାବନ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

https://biplabnews.com/wp-content/uploads/2023/09/VID-20230922-WA0009.mp4