ଢେଙ୍କାନାଳ,୨୧/୦୯(ଶୁଭମ ପାଣି): ଆଜି ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଦଳାଇ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ସଦ-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ନିରୀକ୍ଷଣ କରିଛନ୍ତି । ଆର. ଡି. ସି. ଶ୍ରୀଯୁକ୍ତ ଦଳାଇ ସମୁଦାୟ ୩୩ ଟି ବିଭାଗର କାର୍ଯ୍ୟ ନିରୀକ୍ଷଣ କରିଛନ୍ତି । ସମସ୍ତ ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ଆୟୁକ୍ତଙ୍କୁ ଅବଗତ କରାଇଛନ୍ତି । ଜମି ଜମା ମ୍ୟୁଟେସନ କେସ ସମାଧାନରେ ତହସିଲଦାରମାନଙ୍କ ସଫଳତା ନିମନ୍ତେ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ନିରୀକ୍ଷଣ ସମୟରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି (ସାଧାରଣ ), ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଳିତ ମୋହନ ବେହେରା ( ରାଜସ୍ଵ ), କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ, ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ବାଇଁଙ୍କ ସମେତ ସମସ୍ତ ତହସିଲଦାର ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ବିଭାଗୀୟ କାର୍ଯ୍ୟ ସମ୍ପର୍କରେ ଆୟୁକ୍ତଙ୍କୁ ଅବଗତ କରାଇଥିଲେ ।