ପୁରୁଷୋତ୍ତମପୁର ବିଶ୍ୱ କର୍ମା ପୂର୍ବଖଣ୍ଡ ସମାଜର ପାଟ ପଟୁଆର ରେ ବିଶ୍ୱକର୍ମା ମୂର୍ତ୍ତି ବିସର୍ଜନ

ପୁରୁଷୋତ୍ତମପୁର,୨୦/୦୯(ସୁନିଲ କୁମାର ବେହେରା): ଆଜି ପୁରୁଷୋତ୍ତମପୁର ବିଶ୍ଵକର୍ମା ସମାଜତରଫରୁ ଦୀର୍ଘ 5 ଦିନ ଧରି ରାଜଶ୍ରୀ ଶ୍ରୀ ଯୁକ୍ତ କୃଷ୍ଣ ମହାରଣାଙ୍କ ବାସଭବନ ରେ ପୁଜା ପାଉଥିବା ଦେବଶିଳ୍ପୀ ବିଶ୍ଵକର୍ମା ଙ୍କୁ ଆଜି ବହୁ ଆଡମ୍ବର ସହ ବାଜା, ପାଟୁଆର ରେ ସହର ପରିଭ୍ରମଣ କରି ଋଷିକୁଲ୍ୟା ନଦୀରେ ବିସର୍ଜନ କରିଛନ୍ତି |ଏହି ବିସର୍ଜନ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ବିଶ୍ଵକର୍ମା ସମାଜର ସଭାପତି ଅଜୟ କୁମାର ମହାରଣା ଯୋଗ ଦେଇ ଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ରାଜଶ୍ରୀ କୃଷ୍ଣ ମହାରଣା, ରାଜଶ୍ରୀ ତ୍ରିନାଥ ମହାରଣା, ରାଜଶ୍ରୀ (2ୟ )କୃଷ୍ଣ ମହାରଣା, ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ସୁରେଶ ମହାରଣା, କୃଷ୍ଣ ମହାରଣା, ଭାସ୍କର ମହାରଣା, ଶ୍ରଦ୍ଧା ମହାରଣା, ଗୁନା ମହାରଣା, ବାବୁ ମହାରଣା, ଅନିଲ ମହାରଣା, ଗଗନ ମହାରଣା, ପ୍ରମୁଖ ବ୍ୟକ୍ତି ମାନେ ଏହି ବିସର୍ଜନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ |