କାଦୁଅ ରେ ଭର୍ତ୍ତି ଡାକ ବଙ୍ଗଳା ରାସ୍ତା

ଠାକୁରଗଡ଼,୧୯/୦୯(ବୁଲୁ ଦଳେଇ): – ବହୁ ପୁରାତନ ରାଜ ରାଜୁ ଡ଼ା କାଳ ରୁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ରେ ଏକ ଡାକ ବଙ୍ଗଳା ରହି ଆସିଛି। କିଛି ଦିନ ପୂର୍ବେ ଉକ୍ତ ଡାକ ବଙ୍ଗଳା ର ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇ ଯାଇଛି । କିନ୍ତୁ ସେହି ଡାକ ବଙ୍ଗଳା କୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ। ସେହି ରାସ୍ତା ଟି ମାଟି ରାସ୍ତା ହୋଇ ଥିବାରୁ ବର୍ଷା ଦିନେ ପାଣି ଜମି କାଦୁଅ ରେ ଭର୍ତ୍ତି ହୋଇ ଯାଉଛି। ଯାହା ଫଳ ରେ ଯିବା ଆସିବା କରିବାପାଇଁ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଠାକୁରଗଡ଼ ଅଞ୍ଚଳ ବାସି। ଏଣୁ ଏକ ପକ୍କା ସଡ଼କ ଯୋଗାଇ ଦେବାକୁ ଠାକୁରଗଡ଼ ଗ୍ରାମ ବାସି ଜିଲ୍ଲା ପାଳ ଙ୍କୁ ଅନୁରୋଧ କରିଛନ୍ତି ।

https://biplabnews.com/wp-content/uploads/2023/09/01.mp4
https://biplabnews.com/wp-content/uploads/2023/09/02.mp4