ଶିକ୍ଷକ ଓ ଶିକ୍ଷୟତ୍ରୀ ଗଣ ଧାରଣାରେ ବସିବାର ଦୁଇ ଦିନ ବିତି ଗଲେ ମଧ୍ୟ ନ୍ୟାୟ ମିଳି ପାରିଲା ନାହିଁ। ସ୍କୁଲରେ ତାଲା ଛାତ୍ର ଛାତ୍ରୀ କରିବେ କଣ।

ଜୟପାଟଣା,(ମଳୟ କୁମାର ସାହୁ):-କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଧାରଣାରେ ବସିବାର ଦୁଇ ଦିନ ବିତି ଗଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ନ୍ୟାୟ ମିଳି ପାରିଲା ନାହିଁ। ସେ ପରି ପ୍ରେଖିରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଗୋଷ୍ଟି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶହ ଶହ ଶିକ୍ଷକ ଓ ଶିକ୍ଷୟତ୍ରୀ ତିନି ଦଫା ଦାବି ନେଇ ଧାରଣାରେ ବସିଛନ୍ତି। କିନ୍ତୁ ବଡ ଦୁଃଖର ବିଷୟ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଜର ନ୍ୟାର୍ଯ୍ୟ ଦାବି ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରୁ ଥିବା ବେଳେ ଗରିବ ଅସହାୟ ନିଷ୍ପେସିତ ପରିବାରର ପିଲା ମାନେ ବଳି ପଡ଼ୁଛନ୍ତି। ଯାହା ଫଳରେ ଜୟପାଟଣା ବ୍ଲକ୍ ରେ ବର୍ତ୍ତମାନ ବିଭିନ୍ନ ସ୍କୁଲ ରେ ତାଲା ଝୁଲୁ ଥିବା ବେଳେ ପିଲା ମାନଙ୍କ ପାଠ ପଢାରେ ଲାଗିଛି ଲଗାମ। କିନ୍ତୁ ଆମେ କହି ରଖିବୁ ବର୍ତ୍ତମାନ ଶିକ୍ଷକ ମହାସଂଘ ଜୋର୍ ଧରିଛନ୍ତି ନିଜର ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଆମେ ସ୍କୁଲକୁ ଯିବୁ ନାହିଁ କିନ୍ତୁ ପିଲା ମାନଙ୍କ ଭବିଶ୍ଵତ୍ ହେବ କଣ। ଏଥି ପାଇଁ ରାଜ୍ୟ ସରକାର ଶିକ୍ଷକ ମାନଙ୍କ ତିନି ଦଫା ଦାବି କୁ ତୁରନ୍ତ ପୂରଣ କଲେ ସ୍କୁଲ ଖୋଲାଯିବ ବୋଲି ଶିକ୍ଷକ ଭାଇ ମାନେ ଚେତା ବନି ଦେଇଛନ୍ତି। ଏହି ଧାରଣାରେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ଜୟପାଟଣା ଶିକ୍ଷକ ମହାସଂଘର ସଭାପତି ବିଜୟ କୁମାର ଯୋଷୀ,ସମ୍ପାଦକ ଲଲିତ କୁମାର ନାଏକ, ଶ୍ରୀଯୁକ୍ତ ପ୍ରମୋଦ କୁମାର ଠାକୁର,ଦିବାକର ପଟ୍ଟନାୟକ,ପ୍ରଫୁଲ୍ଲ ବେହେରା,ଗୋବର୍ଦ୍ଧନ ବିଶ୍ଵାଳ,ଅଶୋକ କୁମାର ମୁଣ୍ଡ,ରମାକାନ୍ତ ମାଝି,ମାନସ ରଞ୍ଜନ ପଣ୍ଡା,ସିଦ୍ଧାର୍ଥ କୁମାର ମିଶ୍ର,ଅନନ୍ତ ନାରାୟଣ ପଣ୍ଡା,ଦେବେନ୍ଦ୍ର ରାଉତ,ଶ୍ରୀକାନ୍ତ ଦଳପତି,ଶ୍ରୀମତୀ ରଶ୍ମିତା ବେହେରା,ସସ୍ମିତା ନାଏକ,ସନ୍ଧ୍ୟାରାଣୀ ଦାସଉପସ୍ଥିତ ରହିବା ସହିତ ସହ ସହ ଶିକ୍ଷକ ଉପସ୍ଥିତ ରହି ଗଣ ଧାରଣା କୁ ଆଗକୁ ନେଇ ଥିଲେ। ଏବେ ଦେଖିବାକୁ ବାକି ରହିଲା କୋମଳ ମତି ଛାତ୍ର ଛାତ୍ରୀଙ୍କ ଭବିଶ୍ଵତ୍ କୁ ଆଖି ଆଗରେ ରଖି ଶିକ୍ଷକ ମହାସଂଘକୁ କେବେ ମିଳୁଛି ନ୍ୟାୟ ତାହାକୁ ହିଁ ଅପେକ୍ଷା।

https://biplabnews.com/wp-content/uploads/2023/09/00001.mp4