ଆଠମଲ୍ଲିକ,୧୪/୯(ବୁଲୁ ଦଳେଇ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କନ୍ତପଡ଼ା ପଞ୍ଚାୟତ ଅନ୍ତର୍ଗତ କନ୍ତପଡ଼ା ଗ୍ରାମର ପୁରନ୍ଦର ପ୍ରଧାନ ,(୫୦) ବର୍ଷ ଘରେ ଘର କରଣା ଖୋଜୁଥିବା ସମୟରେ ଭଙ୍ଗା ଲାଇନ୍ ବୋଡ ରେ ହାତ ବାଜିବାରୁ ଲାଇନ୍ କରେଣ୍ଟ ରେ ଘଟଣା ସ୍ଥଳରେ ମୂମୂର୍ଷ ଅବସ୍ଥାରେ ପଡ଼ି ଯାଇଥିଲେ । ଉକ୍ତ ଘଟଣା ର ଖବର ପାଇ ଗ୍ରାମ ଲୋକ ଦେଖିବାକୁ ରୁଣ୍ଡ ହୋଇଯାଇଥିଲେ । କିଛି ସମୟ ପରେ ପୁରନ୍ଦର ପ୍ରଧାନ ଙ୍କ ର ଲୋକଙ୍କ ଉପସ୍ଥିତିରେ ପ୍ରାଣବାୟୁ ଚାଲିଯାଇଥିଲା । ଘଟଣା ର ଖବର ପାଇ ସ୍ଥାନୀୟ ସରପଞ୍ଚ ଶୁଭସ୍ମିତା ବାଙ୍କ ଘଟଣା ସ୍ଥଳରେ ପହଞ୍ଚି ଦେଖି ସାରିଲା ପରେ ଠାକୁର ଗଡ ଥାନାକୁ ଖବର ଦେଇଥିଲେ ଖବର ପାଇ ଠାକୁର ଗଡ ଥାନା ଷ୍ଠାପ ଘଟଣା ସ୍ଥଳରେ ପହଞ୍ଚି ଘଟଣା କୁ ଅନୁଧ୍ୟାନ କରି ପଞ୍ଚନାମା କରି ଆମ୍ବୁଲାନ୍ସ ଡକାଇ ଶବ ବ୍ୟବଚ୍ଛେଦ ପାଇଁ ଆଠମଲ୍ଲିକ ମୂଖ୍ୟ ଚିକିତ୍ସାଳୟ କୁ ପଠାଇ ବ୍ୟବଚ୍ଛେଦ ପରେ ଶକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ପ୍ରିୟବ୍ରତ ଦାସ ସୂଚନା ଦେଇଛନ୍ତି ।