ମୁଖିଗୁଡ଼ା, ଜୟପାଟଣା (ଅରୁଣ କୁମାର ସାହୁ):- କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମ୍ୟ ଉନ୍ନୟନ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରୁଥିବା ନେଇ ଡିଣ୍ଡିମ ପିଟୁଥିଲେ ହେଁ ଗାଁରେ ତାହା କିପରି କାର୍ଯ୍ୟକାରୀ ହେଉଛି ତାହା ନ ଦେଖିଲେ ବିଶ୍ଵାସ କରି ହେବନି। ଦୀର୍ଘ ଦିନ ଧରି କଳାହାଣ୍ଡି ଜିଲ୍ଲା ର ମୋଟେର ଓ ଜୟପାଟଣା ମୁଖ୍ୟରାସ୍ତା ରେଙ୍ଗାଲ ପାଳି ଛକ ଠାରୁ ଆମଯୋର କୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘବର୍ଷ ପୂର୍ବେ ନିମ୍ନ ମାନର କାମ ହୋଇଥିବା ଯୋଗୁଁ ରାସ୍ତାର ବିଭିନ୍ନ ଜାଗାରେ ଖାଳ ଓ ନାଳ ସୃଷ୍ଠୀ ହୋଇ ପାଣି ଜମି ରହିଛି । ଯାହା ଫଳରେ ଏହି ରାସ୍ତାରେ ଯାତାୟତ କରୁଥିବା ଲୋକ ମାନେ ଓ ସ୍କୁଲ, କଲେଜ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେହି ପରି ରେଙ୍ଗାଲପାଳି ଠାରୁ ବୁଟୁରାପଡ଼ା, ଆମଜୋର କୁ ସଂଯୋଗ କରୁ ଥିବା ରାସ୍ତା ସମାନ ଚିତ୍ର। ସ୍ଥାନୀୟବାସି ବାରମ୍ୱାର ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନର ନଜର ପଡୁନାହିଁ।ସରକାର କହୁଛନ୍ତି ଗାଁ କୁ ବିକାଶ ଓ ଗାଁ କୁ ପକ୍କା ରାସ୍ତା କିନ୍ତୁ ରାସ୍ତାର ଶୋଚନୀୟ ପରିସ୍ଥିତି ପାଇଁ ଦୀର୍ଘ ବର୍ଷ ହେବ ଅସୁବିଧା ଭୋଗୁଛନ୍ତି ଗାଁ ଲୋକେ, ଏହି ପରି କି ଗ୍ରାମସଭାରେ ଗାଁର ସମସ୍ୟା କୁ କଥା ଉଠିଲା, ବ୍ଲକ ପ୍ରଶାସନ କୁ ମଧ୍ୟ ଜଣାଇଲେ, କିନ୍ତୁ ତଥାପି ମିଳୁନି ସୁଫଳ, ସରକାର ଜନସାଧାରଣଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅନେକ ପ୍ରକାର ଗ୍ରାମାଞ୍ଚଳ ବିକାଶ ଯୋଜନା କରୁଛନ୍ତି ତଥାପି ଗାଁ କୁ ଯିବା ରାସ୍ତାର ସମସ୍ୟା ସୁଧୁରି ପାରୁନି। ଏଥପ୍ରତି ପ୍ରଶାସନ କିମ୍ବା ଜନପ୍ରତିନିଧି କୌଣସି ପଦକ୍ଷେପ ଗ୍ରହଣ ନ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ସମସ୍ୟା କୁ ରାସ୍ତା ନିର୍ମାଣ ହୋଇ ଇପାରିନାହିଁ,ତେଣୁ ଗ୍ରାମବାସୀ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବୁ ବୋଲି ମତ ପ୍ରକାଶ କରିଛନ୍ତି ।