ବ୍ରହ୍ମପୁର,(ସୁନିଲ କୁମାର ସାହୁ): ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ଶ୍ରୀ ଯୁକ୍ତ ମନମୋହନ ସାମଲ ଆଜି ମଧ୍ୟ ରାତ୍ର ଘ.୧୨.୦୦ ସମୟରେ ବ୍ରହ୍ମପୁର ଷ୍ଟେସନ ରୋଡ଼ ସ୍ଥିତ ଷ୍ପେସଲ୍ ସର୍କିଟ ହାଉସ ଠାରେ ପହଞ୍ଚିବେ । ଆସନ୍ତା କାଲି ତା.୧୩/୦୯/୨୦୨୩ ରିଖ (ବୁଧବାର) ସକାଳ ଘ.୮.୩୦ ମିନିଟ୍ ସମୟରେ ସର୍କିଟ ହାଉସ ଠାରେ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ଉପସ୍ଥିତରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ । ପୂର୍ବାହ୍ନ ଘ.୯.୦୦ ସମୟରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ସହ ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ବରେ ଜିଲ୍ଲା ପଦାଧିକାରୀ,ପ୍ରଭାରୀ ଏବଂ ସଂଯୋଜକ ମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ପୂର୍ବାହ୍ନ ଘ.୧୦.୧୫ ମିନିଟ୍ ସମୟରେ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ ଲୋଚାପଡ଼ା ଠାରେ ସ୍ୱାଗତ ସମ୍ବର୍ଦ୍ଧନା କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବାହ୍ନ ଘ.୧୦.୩୦ ସମୟରେ ଜଗଦଳପୁର ଗ୍ରାମ ଠାରେ ବୀର ସହିଦ ଶ୍ରୀନିବାସ ପାତ୍ରଙ୍କୁ ନମନ ଜଣାଇ ମୋ’ ଦେଶ ମୋ’ ମାଟି (କଳସ ଯାତ୍ରା) କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଣୁ ଆପଣ ମାନେ ଉପସ୍ଥିତ ରହି ସହଯୋଗ କରିବାକୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅନୁରୋଧ ।