ଠାକୁରଗଡ଼,ତା ୧୦/୯(ବୁଲୁ ଦଳେଇ): ଅଖଳ ଭାରତୀୟ ଗୌଣ୍ଡୱାନା ଗୌଣ୍ଡ ମହାସଭା ଅନୁଗୋଳ ଜିଲ୍ଲା ସମିତି ଏବଂ ଗୌଣ୍ଡୱନା ପରିଷଦ ଆଠମଲ୍ଲିକର ମିଳିତ ସହଯୋଗରେ ଆମ୍ବସରମୁଣ୍ଡା ଶ୍ରୀଶ୍ରୀ ଜଂଘାବଡ଼ଦେଓ ପୀଠ ଠାରେ ରାଜ୍ୟ ସମିତିର ମହାସଚିବ ଶ୍ରୀ ପ୍ୟାରୀମୋହନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ଜିଲ୍ଲା ସଭାପତି ଶ୍ରୀ ସଦାଶିବ ନାୟକଙ୍କ ସଭାପତିତ୍ଵରେ ସର୍ବ ପୁରାତନ ଗୌଣ୍ଡଜନଜାତି ସମାଜ ସାଂସ୍କୃତିକ ଐତିହ୍ୟ ସୁରକ୍ଷା ବିଷୟରେ ଏକ ରାଜ୍ୟସ୍ତରୀୟ ଆଲୋଚନା ହୋଇଯାଇଛି ।
ମୁଖ୍ୟତଃ ଓଡ଼ିଶା ପ୍ରଦେଶର ୨୦ଟି ଜିଲ୍ଲାରେ ଆବାହମାନ କାଳରୁ ବାସକରୁଥିବା (ବର୍ତ୍ତମାନ ସମୟରେ ୧୨ ଲକ୍ଷରୁ ଉର୍ଦ୍ଧ୍ବ) ଗୌଣ୍ଡ ସମାଜର ଆରାଧ ଦେବତା ଶ୍ରୀ ଶ୍ରୀ ଜଂଘାଦେବ, ଲିଙ୍ଗାଦେବ ଓ ବଡ଼ଦେବଙ୍କ ଶକ୍ତି ପୀଠ ଉପରେ ଆଲୋଚନା ହୋଇଥିଲା । ବିଶେଷ କରି ପଶ୍ଚିମ ଓଡ଼ିଶାର ବହୁ ପୁରାତନ ଶକ୍ତିପୀଠ ଗୁଡ଼ିକରେ ପୂଜା ଦାୟିତ୍ଵରେ ଥିବା ଭୂସ୍କା (ପୂଜକ) ମାନଙ୍କ ଠାରୁ ପୂଜାବିଧ୍ଵ ସମ୍ବନ୍ଧୀୟ ସମସ୍ତ ତଥ୍ୟ ସଂଗ୍ରହ କରିବା ସହିତ ଆଗାମୀ ଦିନରେ ଆଠମଲ୍ଲିକ କ୍ଷେତ୍ରରେ ଆମ୍ବସରମୁଣ୍ଡା ଠାରେ ନବନିର୍ମିତ ଜଂଘା ବଡ଼ଦେବ ପୀଠର ପ୍ରତିଷ୍ଠା ଓ ନୂତନ ଦାରୁ ବିଗ୍ରହର ନବକଳେବର କେଉଁ ଭାବରେ ହେବ, ତାହା ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ପୂର୍ବତନ ବିଧାୟକ କୁଚିଣ୍ଡା ରବିନାରାୟଣ ନାୟକ, ରାଜ୍ୟ ସମିତିର ଉପଦେଷ୍ଟା ଶ୍ରୀ ବୀରଞ୍ଚି ନାୟକ, ରାଜ୍ୟ ମହିଳା ସମିତିର ମହାସଚିବ ସୂଜାତା ନାୟକ, ଗୌଣ୍ଡୱାନା ସଂସ୍କୃତି ଗବେଷକ ଶ୍ରୀ ଭବାନୀଶଙ୍କର କାଲୋ, ପୂର୍ବତନ ଜିଲ୍ଲା ସଭାପତି ଦେବଗଡ଼ ଶ୍ରୀ ଦିବାକର ପାତ୍ର, ସର୍ବପରି ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ, ସୋନପୁର, କଳାହାଣ୍ଡି, ବରଗଡ଼, ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଶ୍ୟାମସୁନ୍ଦର ଭୋଇ, ମହେନ୍ଦ୍ର ମାଝୀ, ଗୌରୀ କୁମୁରା, ପଦ୍ମନ ପାତ୍ର, ଭାଗିରଥ ସିଂ, ଖୋର୍ଦ୍ଧା ଜିଲା ସଭାପତି ସାନ୍ତନୁ କୁମାର ପ୍ରଧାନ, ଲୋଇସିଙ୍ଗା ବ୍ଲକ୍ ସଭାପତି ଦସରଥ ଛତ୍ରିଆ, ଆଠମଲ୍ଲିକ ସମ୍ମିଳିତ ସମାଜ ସଭାପତି ମାଗୁଣି ଚରଣ ନାୟକ ଏବଂ ଆଠମଲ୍ଲିକ କିଶେଶରନଗର, ରେଢ଼ାଖୋଲ, ନାକ୍ଟିଦେଉଳ, ପାଳଲହଡ଼ା, ଛେଣ୍ଡିପଦା ବ୍ଲକର ସଭାପତି ଶ୍ରୀ ସନାତନ ନାୟକ, ବୈବଭ ନାୟକ, ପୁରନ୍ଦର ପଟ୍ଟା, ପୁଣ୍ଣଚନ୍ଦ୍ର ଗଡ଼ତିଆ, ଅକ୍ଷୟ କୁମାର ନାୟକ, ନରୋତ୍ତମ ସିଠ, ଦସରଥ ଭୂତିଆ ସହିତ ଗୌଣ୍ଡୱାନା ପରିଷଦ ଆଠମଲ୍ଲିକର୧୫ଟି ପୁଞ୍ଜର ସମସ୍ତ ସଭାପତି, ସମ୍ପାଦକ ଓ ମନ୍ଦିର କମିଟିର ସମ୍ପାଦକ ଭଜମନ ନାୟକ ଏବଂ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ପରିଷଦର ସଭାପତି ଶ୍ରୀ ପ୍ରସନ୍ନ କୁମାର ନାୟକ ଧନ୍ୟବାଦ ଦେଇଥିଲେ ।