ମୁଖୀଗୁଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳନ

ମୁଖୀଗୁଡ଼ା,ଜୟପାଟଣା (ଅରୁଣ କୁମାର ସାହୁ) :- ହିନ୍ଦୁ ଧର୍ମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବର ବିଶେଷ ମହତ୍ତ୍ୱ ରହିଛି। ଭାଦ୍ରବ ମାସ କୃଷ୍ଣପକ୍ଷର ଅଷ୍ଟମୀ ତିଥି‌ରେ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ପାଳନ କରାଯାଏ । ହିନ୍ଦୁ ଧର୍ମ ବିଶ୍ୱାସ ଅନୁଯାୟୀ ଭଗବାନ କୃଷ୍ଣ ଏହି ଦିନ ଜନ୍ମ ହୋଇଥିଲେ । ଭଗବାନ କୃଷ୍ଣ ଭାଦ୍ରବ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀକୃଷ୍ଣ ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର । ତେବେ ଜନ୍ମାଷ୍ଟମୀ ଦିନ ଶ୍ରୀକୃଷ୍ଣ ଲଡୁଗୋପାଳ ରୂପରେ ପୂଜା ପାଆନ୍ତି । ତେଣୁ ହିନ୍ଦୁ ଧର୍ମ ଅନୁସାରେ ଏହି ପବିତ୍ର ଦିନକୁ ଜନ୍ମାଷ୍ଟମୀ ଭାବେ ସାରା ଦେଶ ପାଳନ କରୁଥିବା ବେଳେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମୁଖୀଗୁଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ହୋଇ ଯାଇଛି । ପ୍ରଥମେ ବିଦ୍ୟାଳୟ ରେ ଥ‌ିବା ବନ୍ଦନା ମଣ୍ଡପରେ ଶ୍ରୀ କୃଷ୍ଣଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରଯାଇଥିଲା। ଏହି ପବିତ୍ର ଜନ୍ମାଷ୍ଟମୀ ଅବସରରେ ସ୍ଥାନୀୟ ହାରାମାଲ ଉଚ୍ଚ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ଦାଶରଥି ମହାପାତ୍ର ଶ୍ରୀକୃଷ୍ଣ ଙ୍କ ଜନ୍ମ ସମ୍ବନ୍ଧରେ କଥା ରଖିଥିଲେ। ଉକ୍ତ ଉତ୍ସବରେ ବିଦ୍ୟାଳୟ ର ଗୁରୁମା ମମତାଞ୍ଜଳି ପାଢ଼ୀ ପରିଚୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଗୁରୁମା ବବିତା କୁମାରୀ ସାହୁ ଶ୍ରୀକୃଷ୍ଣ ଙ୍କ ଜନ୍ମ ଉତ୍ସବ ରେ ଶ୍ରୀକୃଷ୍ଣ ଲୀଳା ସମ୍ବନ୍ଧରେ କିଛି କଥା ରଖିଥିଲେ।ବିଦ୍ୟାଳୟର ଗୁରୁଜୀ ପ୍ରମୋଦ ବେହେରା ଧନ୍ୟବାଦ ଦେଇ ଥିଲେ ଓ ଅନ୍ୟ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ଏବଂ ଶିଶୁ ବାଟିକା ର ଛାତ୍ର ଛାତ୍ରୀ ମାନେ ରାଧାକୃଷ୍ଣ ବେଶରେ ସାଜ ଶଯ୍ୟା ହୋଈ ଗୀତ ନାଚ ରେ ନିଜ ନିଜ ପ୍ରତିଭା ଦେଖାଇଥିଲେ ଏବଂ ଏଥିରେ ପ୍ରମିଳା ଗୁରୁମା ସାହଯ୍ୟ କରିଥିଲେ ଓ ସମସ୍ତେ ମିଳିମିଶି ଖୁସି ର ଉତ୍ସବ କୁ ପାଳନ କରିଥିଲେ।