ଆଜି ଜୟପାଟଣା ବ୍ଲକ ଡ୍ରାଇଭର ସଙ୍ଘ ପକ୍ଷରୁ ଡ୍ରାଇଭର ଦିବସ ପାଳନ।

ଜୟପାଟଣା,୦୧/୯:(ମଳୟ କୁମାର ସାହୁ):-ଗୋଟିଏ ମୁଦ୍ରାର ଯେପରି ଦୁଇଟି ପାର୍ଶ୍ଵ ସେହିପରି ଡ୍ରାଇଭର ଓ ଯାତ୍ରୀମାନେ ମଧ୍ୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ।କହିବାକୁ ଗଲେ ବିଭିନ୍ନ ସମୟରେ ଅନେକ ଦୂର ଦୁରାନ୍ତରୁ ଯିବା ଆସିବା ପାଇଁ ଗାଡି ମଟର ଦରକାର କରିଥାଏ।ସେଥିରେ ଡ୍ରାଇଭର ଙ୍କ ଭୂମିକା ଅଧିକ କାରଣ ତାଙ୍କର ହାତରେ ସହ ସହ ଜୀବନ ଯାତ୍ରା ସମୟରେ ଡ୍ରାଇଭର ଙ୍କୁ ହିଁ ଭରସା କରିଥାନ୍ତି ଯାତ୍ରୀ ମାନେ।ଆଜି ଏହି ଡ୍ରାଇଭର ମାନେ ବାନେର ଠାରେ ଡ୍ରାଇଭର ଦିବସ ପାଳନ କରିଛନ୍ତି।ଆଜି ତାଲଗୁଡ ମାଁ ଡୋକରି ମନ୍ଦିର ଠାରୁ ଏକ ଶାନ୍ତିପୂର୍ଣ୍ଣ ବାଇକ୍ ରାଲି ମାଧ୍ୟମରେ ଶତାଧିକ ଡ୍ରାଇଭର ମାନେ ଏକତ୍ରିତ ହୋଇ ମୂଖିଗୁଡ଼ା ମୁଖ୍ୟ ରାସ୍ତା ଦେଇ ଏକ ଶୋଭାଯାତ୍ରା ବାହାରିଥିଲେ।ଉକ୍ତ ରାଲି ମାଧ୍ୟମରେ ନଗର ପରିକ୍ରମା କରିଥିଲେ।ଏଥିରେ ସଭାପତି ଭାସ୍କର ଚନ୍ଦ୍ର ରାଉତ,ଉପସଭାପତି ଅଭିମନ୍ୟୁ ସାହୁ,ସମ୍ପାଦକ ଲମ୍ବୋଦର ସାହୁ, ସହସମ୍ପାଦକ କୈଳାଶ ରାଉତ,କୋଷାଧ୍ୟକ୍ଷ ରବୀନ୍ଦ୍ର ରାଉତ,ଅରୁଣ ରାଉତ,କିଶୋର ଚନ୍ଦ୍ର ସାହୁ, ଧୋବଲେଶ୍ୱର ପଟେଲ,ପ୍ରମୁଖ କାର୍ଯ୍ୟ କୁ ପରିଚାଳନା କରିଥିଲେ।ଏଥିରେ ଶତାଧିକ ଡ୍ରାଇଭର ମାନେ ସାମିଲ ହୋଇଥିଲେ।

https://biplabnews.com/wp-content/uploads/2023/09/DRIVER-.mp4