ଗୁଣପୁର – (ସିଦ୍ଧାର୍ଥ ଦାଶ): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ମିନାଝୋଲା ଶୈାବ ପିଠ ନିକଟରେ ଅଘଟଣ।ବଂଶଧାରା ନଦୀ ପାଣି ସ୍ରୋତରେ ଭାସିଗଲେ ଦୁଇ ଜଣ। ଦୁଇଜଣ ମଧ୍ୟରେ ଜଣେ ନାବାଳାକ ରତ୍ନାକର ବଡନାୟକ ବୟସ ୯ ଆଉ ଜଣେ ନାବାଳିକା ସ୍ମୁତି ବଡସେଟ୍ ବୟସ ୧୦ ରହିଥିବା ସୁଚନା। ସମୁଦାୟ ପାଞ୍ଚଜଣ ଶିଶୁ ବଂଶଧାରା ନଦୀ ପାଣି ଖେଳୁଥିଲେ। ହଠାତ୍ ପାଣିର ସୁଅରେ ପଡିଗଲେ। ତିନିଜଣ ଶିଶୁ ବହୁ କଷ୍ଟରେ ନିଜେ ନିଜେ ନଦୀ କୁଳକୁ ଚାଲି ଆସିଥିଲେ ବୋଲି ଜଣାପଡିଥିଲା। ଆଉ ଦୁଇ ଜଣ କୁଳକୁ ଆସି ପାରିନଥିଲେ। ଦୁଇ ଜଣକ ଘର କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ୍ ଶ୍ରିରାମପୁର ଗ୍ରାମ ବୋଲି ଜଣାପଡିଛି। ଘଟଣା ସ୍ଥଳରେ ଚନ୍ଦ୍ରପୁର ଦମକଳ ବାହିନୀ ଓ ଭାମିନି ଦ୍ବିତୀୟ ଆଇଆର୍ବିଏନ୍ କ୍ୟାମ୍ପ୍ ର ଓଡ୍ରାଫ୍ ଟିମ୍, ଟାପିରିକୁପୁଡା ଗ୍ରାମବାସି ମଧ୍ୟ ଖୋଜାଖୋଜି କରୁଥିବା ସୁଚନା ରହିଛି।