ମୁନିଗୁଡ଼ା – (ସିଦ୍ଧାର୍ଥ ଦାଶ) : ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ରାମନାକୁପୁଲି ଛକରେ ଲାଗିଛି ମାଓ ବ୍ୟାନର ଓ ପୋଷ୍ଟର । ଏଥିରେ ରାୟଗଡା ଜିଲ୍ଲାର ୩ଜଣ ବିଜେଡି ନେତାଙ୍କୁ ଧମକ ଦିଆଯାଇଥିବା ଦେଖିବାକୁ ମିଳିଛି । ପୁଲିସ ନିରୀହ ଲୋକଙ୍କୁ ମିଥ୍ୟା କେସ୍ରେ ପକାଇ ଜେଲ ରେ ରଖିବା ସହ ମାଡ ମାରୁଥିବାରୁ ତାଙ୍କୁ ନିର୍ଦୋଷ ରେ ଖଲାସ କରାଯାଉ ନଚେତ ଷଡଯନ୍ତ୍ର ଚଳାଇଥିବା ୩ ବିଜେଡି ତଥା ଅନୁସୂଚିତ ଜାତି ଜନଜାତି ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା , ପୂର୍ବତନ ସାଂସଦ ତଥା ବିଜେଡି ରାଜ୍ୟ ଉପସଭାପତି ନାକିଟି ଭାସ୍କର ରାଓ ଓ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ତଥା ରାୟଗଡା ଜିଲ୍ଲା ବିଜେଡି ସଭାପତି ସୁଧୀର ଦାସ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ୟାନର ରେ ଉଲ୍ଲେଖ କରାଯାଇଛି । ଏହି ବ୍ୟାନର ଓ ପୋଷ୍ଟର ସିପିଆଇ ମାଓବାଦୀ ବାଘୁନା ଡିଭିଜିନାଲ କମିଟି ତରଫରୁ ଲାଗିଥିବା ଦେଖିବାକୁ ମିଳିଛି ।