ଛେଳି କୁ ଗିଳୁଥିବା ଅବସ୍ଥାରେ ବିରାଟକାୟ ଅଜଗର ସାପ ଉଦ୍ଧାର

ବୀରମହାରାଜପୁର -(ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ଗ୍ରାମରୁ ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି l ସୂଚନାନୁସାରେ ସାପ ଟି କଳାପଥର-କୁଡାପଡା ଗାଁ ମଝିରେ ଥିବା କଟାବନ୍ଧ ନିକଟରେ କଳାପଥର ଗ୍ରାମର ସାନନ୍ଦ କର୍ଣ୍ଣ ଙ୍କ ଛେଳିକୁ ଗିଳି ବାକୁ ଉଦ୍ୟମ କରୁଥିବାବେଳେ ଛେଳିର ରଡି ଶୁଣି ସାନନ୍ଦ ଗାଁ ଲୋକଙ୍କୁ ଡାକିଥିଲେ l ଘଟଣା ସ୍ଥଳରେ ଗାଁ ଲୋକେ ରୁଣ୍ଡ ହୋଇ ଅଜଗର ପାଟିରୁ ଛେଲିକୁ ଉଦ୍ଧାର କରିଥିଲେ l ଏ ସମ୍ପର୍କରେ ଉଲୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଜାଲୋଏ ବନପାଳ ଏବଂ ସ୍ନେକ ରେସକ୍ୟୁ ଟିମର ସଦସ୍ୟମାନଙ୍କୁ ଘାଟଣା ସ୍ଥଳରେ ଉପସ୍ଥିତ ଲୋକେ ଖବର ଦେଇଥିଲେ l ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ଏବଂ ସ୍ନେକ ରେସକ୍ୟୁ ଟିମର ସଦସ୍ୟମାନେ ପହଂଚି ସାପଟିକୁ ଉଦ୍ଧାର କରି କୋଟସମଲାଇ ଜଙ୍ଗଲରେ ଛାଡିଦେଇଥିବା ଉଲୁଣ୍ଡା ବନାଞ୍ଚଳ ଅଧିକାରୀ ସଞ୍ଜୟ ରାଉତ ସୂଚନା ଦେଇଛନ୍ତି l ସାପଟିର ଲମ୍ବ ପ୍ରାୟ ଆଠ ଫୁଟ ହେବ l ତେବେ ଛେଳିଟିର ମୁଣ୍ଡକୁ ଗିଳିଦେବା ସହ ଲାଞ୍ଜରେ ଗୁଡ଼ାଇ ଦେଇଥିବାରୁ ଛେଳିଟିର ମୃତ୍ୟୁ ହୋଇଛି l ସାପଟି କିଛି ପୂର୍ବରୁ ହୋଇଥିବା ବନ୍ୟାରେ ଏ ଅଂଚଳକୁ ଚାଲି ଆସିଥିବା ଅନୁମାନ କରାଯାଉଛି l