ଭୂକମ୍ପ ରେ ଦୋହଲି ଯାଇଛି ଗୁଜରାଟ ।

ରାଜକୋଟ୍ ୧୪।୦୪: ଆଜି ରାତି ୮ଟା ୧୩ ମିନିଟ୍‌ରେ ଗୁଜରାଟ ରେ ଭୂକମ୍ପ ହୋଇଥିବା ସୁଚନା ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ରାଜକୋଟରୁ ୧୨୨ କିଲୋମିଟର ଉତ୍ତର-ପଶ୍ଚିମରେ ଥିବା କୁହାଯାଉଛି।

ଭୂକମ୍ପର ଝଟକା ଅନୁଭୂତ ହେବା ମାତ୍ରେ ଲୋକେ ଭୟରେ ଜୀବନ ବଞ୍ଚାଇବା ପାଇଁ ଘରୁ ବାହାରି ଆସିଛନ୍ତି। ଭୂକମ୍ପର ଝଟକା ବହୁତ ଜୋର ଥିଲା ବୋଲି ଲୋକେ କହିଛନ୍ତି। କିନ୍ତୁ ଅଦ୍ୟାବଧି କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ।