ଆଜି ରାୟଗଡା ଜିଲ୍ଲା ଗୁଣପୁର ଠାରେ ବ୍ଲକ୍ କଂଗ୍ରେସ ପକ୍ଷରୁ 9 ଦଫା ଦାବି ନେଇ ବ୍ଲକ୍ ଘେରାଉ

ଆଜି ରାୟଗଡା ଜିଲ୍ଲା ଗୁଣପୁର ଠାରେ ବ୍ଲକ୍ କଂଗ୍ରେସ ପକ୍ଷରୁ 9 ଦଫା ଦାବି ନେଇ ବ୍ଲକ୍ ଘେରାଉ କରାଯାଇଥିଲା. ଏଥିରେ ବ୍ଲକ୍ ସଭାପତି ଲିଭିଂଷ୍ଟୋନ ଲିମା , ନଗର ସଭାପତି ଘାସିରାମ ବାଉରୀ , ଏସ୍ ସି କୋରଡ଼ିନେଟର ତରଣୀ ଶତପଥୀ ଜିଲ୍ଲା ସଭାପତି ବିଜୟ ଗମାଙ୍ଗ ଏବଂ ନଗର ଯୁବ କଂଗ୍ରେସ ସଭାପତି ଅବିନାଶ ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହିଥିଲେ . ବ୍ଲକସ୍ତରରେ ଚାଲିଥିବା ୧୫ ରୁ ୫୦% ପିସି କାରବାର ବନ୍ଦ କରିବା , ରାଜ୍ୟ ସରକାର ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ଦେଉଥିବା ୫୦ ଲକ୍ଷ ଟଙ୍କା ସିଧାସଳଖ ପଞ୍ଚାୟତକୁ ଦିଆଯାଉ ଏବଂ ଗ୍ରାମ ସଭାର କେଉଁ ବାବଦରେ ଏହି ଅର୍ଥ ଖର୍ଚ୍ଚ ହେବ ତାହା ନିଷ୍ପତି ମୁତାବକ ପାରିତ ହେଲା ପରେ ପଂଚାୟତରେ ଏହି ଅର୍ଥ ଖର୍ଚ୍ଚ କରାଯାଉ , ରାଜ୍ୟର ସମସ୍ତ ଖାଲିପଡ଼ିଥିବା ୨,୨୬,୫୫୯ ସରକାରୀ ପଦବୀକୁ ତୁରନ୍ତ ପୂରଣ କରି ଅସ୍ଥାୟୀ କର୍ମଚାରୀଙ୍କୁ ତୁରନ୍ତ ସ୍ଥାୟୀ କରିବା , ବେକାରୀ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା , ପେଟ୍ରୋଲ ଡିଜେଲ ଗ୍ୟାସ କିରୋସିନି ଭଳି ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥ ଯଥା ଲୁଣ ଠାରୁ ତେଲ ପର୍ଯ୍ୟନ୍ତ ଦରଦାମ ବୃଦ୍ଧି ବନ୍ଦ କରିବା , କୃଷିଜାତ ପଦାର୍ଥର ଅଭାବି ବିକ୍ରୀ ବନ୍ଦ କରିବା, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲିବାର ବ୍ୟବସ୍ଥା କରିବା , ଲୋ ଭୋଲ୍ଟେଜ ପାଓ୍ବାରକଟ ବିଦ୍ୟୁତ ଦେୟ ବୃଦ୍ଧି ବନ୍ଦ କରିବା , ଟାଟା କମ୍ପାନୀର ଖାଉଟି ମାରଣ ବିଜୁଳି ନୀତି ବନ୍ଦ କରିବା , ଅନୁସୂଚୀତ ଜାତି ଜନଜାତି ପଛୁଆବର୍ଗ ପାଇଁ କଂଗ୍ରେସ ଦେଇଥିବା ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଥିବା କୁ ବନ୍ଦ କରିବା , ନାରୀ ନିର୍ଯ୍ୟାତନା ବନ୍ଦ କରିବା , ନାରୀ ମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା , ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନ ବେଳେ କୌଣସି ପ୍ରକାର ପ୍ରିୟାପ୍ରୀତି ପୋଷଣ କରାନଯାଉ , ରାଜ୍ୟର ପ୍ରକୃତ ଗରୀବ ବାସହୀନ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିବା ଭଳି ଦାବୀ ମାନ ରହିଥିଲା . ଆଗାମୀ ଦିନରେ ଉକ୍ତ ଦାବୀ ଗୁଡିକ ପୁରଣ ନହେଲେ ଗୁଣପୁର ବ୍ଲକ୍ କଂଗ୍ରେସ କମିଟି ରାଜ ରାସ୍ତା ରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଚେତାବନୀ ଦେଇଛନ୍ତି .