ଢ଼େଙ୍କାନାଳ:୧୭/୦୮(ଶୁଭମ ପାଣି) – ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ଜିଲ୍ଲାର ସଦର ବ୍ଲକସ୍ଥିତ କାଇମାଟି, ଶବର ସାହିର ଛଅଟି ପରିବାରକୁ ତାଙ୍କର ଘର ପୋଡ଼ିଯାଇଥିବାରୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ l ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ପ୍ରଦାନ କରାଯାଇଛି l ପ୍ରତ୍ୟେକ ପରିବାରକୁ ଦଶହଜାର ଟଙ୍କା ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦିଆଯାଇଛି l ଯେଉଁ ଛଅଟି ପରିବାର ଏହି ଅଗ୍ନିକାଣ୍ଡ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିଲେ ସେମାନଙ୍କ ପରିବାର ତରଫରୁ ମମତା ସାହାଣୀ, ଟିକି ସାହାଣୀ, ମଞ୍ଜୁ ସାହାଣୀ, ନିହୋଲି ସାହାଣୀ, ରାଧା ସାହାଣୀ, କାମିନୀ ସାହାଣୀ ଆର୍ଥିକ ସହାୟତା ରାଶି ଗ୍ରହଣ କରିଥିଲେ ।