ଢେଙ୍କାନାଳ,(ଶୁଭମ ପାଣି) : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରେ ସାମୁହିକ ବାତଜ୍ବର ଓ ଫାଇଲେରିଆ ନିରାକରଣ ନିମନ୍ତେ ଔଷଧ ସେବନ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସ୍ବାସ୍ଥ୍ୟ ମିଶନ ଢେଙ୍କାନାଳ ଏବଂ ସ୍ବଚ୍ଛାସେବୀ ଅନୁଷ୍ଠାନ ନ୍ୟୁ ଇଣ୍ଡିଆ ମିଳିତ ସହଯୋଗ ରେ ଅନୁଷ୍ଠାନ ତରଫରୁ ୧୨ ଜଣ ସୋସିଆଲ ମୋବିଲାଇଜର ପରଜଙ୍ଗ ବ୍ଲକ ର ୨୯ଟି ପଞ୍ଚାୟତ ରେ ସଚେତନ କାର୍ଯ୍ୟ କରୁଛନ୍ତି। ୧୦/୦୮/୨୦୨୩ ରେ ପରଜଙ୍ଗ ବିଧାୟକ ଡଃ ନୃସିଂହ ଚରଣ ସାହୁ ଉଦଘାଟନ କରିଥିଲେ। ସମସ୍ତେ କିପରି ଫାଇଲେରିଆ ନିରାକରଣ ପାଇଁ ଔଷଧ ସେବନ କରିବେ। ପରେ ପିତିରି ଉଚ୍ଚ ବିଦ୍ୟାଳୟ ରେ ସଚେତନ କାର୍ଯ୍ୟକ୍ରମ କରିବା ସହ ୩୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଔଷଧ ସେବନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଶା,ହେଲଥ ୱାର୍କର ଫିମେଲ ସହ ଅନୁଷ୍ଠାନ ଦ୍ଵାରା ଆୟୋଜିତ ୧୨ଜଣ ସୋସିଆଲ ମୋବିଲାଇଜର ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ । ଉକ୍ତ କାର୍ଯ୍ୟକ୍ରମଟିକୁ ନ୍ୟୁ ଇଣ୍ଡିଆ ଅନୁଷ୍ଠାନ ର ସମ୍ପାଦକ ଶେଷଦେବ ରାଉତ ଉଦଘାଟନ କରିଥିଲେ ।