ମୈତ୍ରୀ ମାଲିକଙ୍କ ଡୁମେର ପଦର ଗ୍ରାମ ଗସ୍ତ । ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋଚନା ।

କାଶୀପୁର,୧୧/୮(ପ୍ରଫୁଲ କୁମାର ବେହେରା), ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ର ଅବହେଳିତ କଳାହାଣ୍ଡି ଜିଲ୍ଲା ସଂଲଗ୍ନ କାଶୀପୁର ବ୍ଲକ ଅନ୍ତର୍ଗତ ସୁଙ୍ଗେର ପଞ୍ଚାୟତର ଡୁମେର ପଦର ଗ୍ରାମରେ ଆଜି ମୈତ୍ରୀ କମ୍ପାନୀ ଅଧକ୍ଷ ଙ୍କର ଗସ୍ତ ହୋଇଥିଲା । ଗସ୍ତ ସମୟରେ ଗାଁ ଲୋକେ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ପରିବେଷଣ କରି ପଛଟି ନେଇଥିଲେ। ଗାଁ ର ବିକାଶ ରେ ଅଟକିଥିବା ଅନେକ କାର୍ଯ୍ୟ ସମ୍ପର୍କ ରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସମୟରେ ପରିଣତ ବୟସ୍କ ଠାରୁ ଯୁବବର୍ଗ ଓ ମହିଳା ମାନେ ସାମିଲ ଥିବା ଦେଖିବାକୁ ମିଳିଥିଲା । ଗାଁ ର ଅନେକ ମୁଖିଆ ନିଜ ଭିଟାମାଟି କୁ ନେଇ ବିଭିନ୍ନ ପ୍ରଶ୍ନ ଯେମିତି କାରଖାନା ପ୍ରତିଷ୍ଠା ହେଲେ ଲୋକେ ଗ୍ରାମ ଛାଡି କେଉଁ ଆଡେ ଯିବେ? ପୂର୍ବ ପୁରୁଷଙ୍କ ଠାରୁ ଆଜିପର୍ଯ୍ୟନ୍ତ ଲୋକେ ଚାଷବାସ ଉପରେ ନିର୍ଭର କରିଆସିଛନ୍ତି । ଉପାନ୍ତ ଅଞ୍ଚଳର ଏହି ଗ୍ରାମରେ ପାନୀୟ ଜଳର ଅଭାବ,ଗାଁରେ ବିଜୁଳିର ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ,ସଚନୀୟ ଅବସ୍ଥାରେ ରାସ୍ତା ଘାଟ ଏହି ଭଳି ବିଭିନ ମୌଳିକ ସମସ୍ୟାରେ ଲୋକେ ଆଲଚନା କରିଥିଲେ ।

କମ୍ପାନୀ ଅଧକ୍ଷ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଲେ ଯେ କମ୍ପାନୀ କୌଣସି ପ୍ରକାରରେ ଗାଁ ଲୋକଙ୍କ ହୋକ ଅଧିକାର ରୁ ବଞ୍ଚିତ କରିବ ନାହିଁ ଆବଶ୍ୟକତା ସ୍ଥଳେ ଏହା ଲିଖିତ ଭାବେ ଦେବେ ବୋଲି କହିଥିଲେ ।
ଆଲୋଚନା ସଫଳ ହେଇଥିବା ବେଳେ ସମସ୍ତ ପ୍ରସ୍ତାବର ତୁରନ୍ତ ଯୁଦ୍ଧକାଳୀନ ଭିତି ରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କମ୍ପାନୀ ଅଧ୍ୟକ୍ଷ ଏବଂ କମ୍ପାନୀ କର୍ତ୍ତୃପକ୍ଷ ଉପସ୍ଥିତ ଜନସାଧାରଣ ଙ୍କୁ ପ୍ରତିଶୃତି ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ଡୁମେର ପଦର ଗ୍ରାମର ଶତାଧିକ ଲୋକଙ୍କ ଉପସ୍ଥିତିରେ ମୈତ୍ରୀ କମ୍ପାନୀ ଅଧକ୍ଷ ଓ କମ୍ପାନୀ କର୍ମଚାରୀ ଉପସ୍ଥିତ ଥିଲେ ।