ଦୁଇ ଯୁବକଙ୍କୁ ଉଠାଇ ଆଣିଲା ପୁଲିସ, କଲ୍ୟାଣସିଂହପୁର ଥାନା ଘେରିଲେ ଡ଼ଙ୍ଗରିଆ କନ୍ଧ

କଲ୍ୟାଣସିଂହପୁର,୦୬/୦୮(ପ୍ରଫୁଲ କୁମାର ବେହେରା) :ବିନା କାରଣରେ ନିୟମଗିରିର ଦୁଇ ଡଙ୍ଗରିଆ ଯୁବକଙ୍କୁ ଉଠାଇ ଆଣିଲା ପୁଲିସ। ଏହାକୁ ବିରୋଧ କରି କଲ୍ୟାଣସିଂହପୁର ଥାନା ଘେରିଲେ ଡ଼ଙ୍ଗରିଆ କନ୍ଧ। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ଫୋର୍ସ ମୃତୟନ କରାଯାଇଛି। ସୂଚନାନୁଯାୟୀ, ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲାମ୍ବା ଗ୍ରାମ କୃଷ୍ଣ ଶିକକା ଓ ବାରି ଶିକକାକୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବଜାରରୁ ପୋଲିସ ଉଠାଇ ନେଇଛି। ଏହାକୁ ବିରୋଧ କରି ବିଭିନ୍ନ ଗ୍ରାମବାସୀମାନେ ଏକତ୍ରିତ ହୋଇ କଲ୍ୟାଣସିଂହପୁର ଥାନା ଘେରାଉ କରିଛନ୍ତି। ତୁରନ୍ତ ଆମ ପିଲାକୁ ଫେରାଅ ନହେଲେ ପରିସ୍ଥିତି ଭୟାଭୟ ହେବ ବୋଲି ଚେତାବନୀ ଦେଇଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ଫୋର୍ସ ମୃତୟନ କରାଯାଇଛି। ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପାତ୍ର ସମେତ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଓ ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ଓ ସୁନାଖଣ୍ଡି ପଞ୍ଚାୟତ ଓ କଳାହାଣ୍ଡି ଜିଲ୍ଲା ବିଭିନ୍ନ ଗ୍ରାମରୁ ଡ଼ଙ୍ଗରିଆକନ୍ଧ ଏହି ଘେରାଉ କରିଥିବା ସୂଚନା ମିଳିଛି ।

https://biplabnews.com/wp-content/uploads/2023/08/0001111.mp4
https://biplabnews.com/wp-content/uploads/2023/08/002222.mp4